ମନ୍ତ୍ରୀମଣ୍ଡଳର ହେବ ନବକଳେବର, ଇସ୍ତଫା ଦେଲେ ସବୁ ମନ୍ତ୍ରୀ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତି ନେଇଛନ୍ତି  । ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି  । ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି  । ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି  । ଆସନ୍ତାକାଲି ୧୧ଟା ୪୫ରେ ରାଜଭବନର କନଭେସନ ହଲରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ  ।

ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାର ଝଲକ ଦେଖିବାକୁ ମିଳିଛି  । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି  । ସେ ଉପବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି ବୋଲି ଜାଣିବାକୁ ମିଳିଛି  । ସମ୍ଭବତଃ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର ଥିବାରୁ ସୂର୍ଯ୍ୟ ପାତ୍ର ଇସ୍ତଫା ଦେଇଛନ୍ତି  ।

Comments are closed.