‘ଏନରାଫ ନୋନିଅସ ଓ ଏବିଜେ ଫାଉଣ୍ଡେସନ ମଧ୍ୟରେ ବୁଝାମଣା’
ଓଡିଶାରେ ପ୍ରତିଷ୍ଠା ହେବ ସୁପରସ୍ପେଷାଲିଟି ହସପିଟାଲ ଓ ହାଇଗ୍ନୋଷ୍ଟିକ୍ ସେଣ୍ଟର ଓଡିଶାରୁ ଶୁଭାରମ୍ଭ ହେବ ଭାରତର ପ୍ରଥମ କ୍ୟାସଲେସ ହସପିଟାଲ ଭାରତର ସ୍ୱାସ୍ଥ୍ୟକ୍ଷେତ୍ରରେ ୧୦ହଜାର କୋଟିର ପୁଞ୍ଜି ନିବେଶ ଖୁବଶୀଘ୍ର
ଭୁବନେଶ୍ୱର – ଭାରତର ସ୍ୱାସ୍ଥ୍ୟକ୍ଷେତ୍ରରେ ନେଦରଲାଣ୍ଡର ଏନରାଫ ନୋନିଅସ ପୁଞ୍ଜିନିବେଶ କରିବାକୁ ଯାଉଛି । ଏପିଜେ ଫାଉଣ୍ଡେସନ ସହ ଏନେଇ ଏନରାଫ ପକ୍ଷରୁ ଆଲୋଚନା ହୋଇ ଚୁକ୍ତି ବୁଝାମଣା ଶେଷ ହୋଇଛି । ପ୍ରାୟ ୧୦ ହଜାର କୋଟିର ପୁଞ୍ଜି ନିବେଶ ହେବା ପାଇଁ ଯାଉଥିବା ବେଳେ ଓଡିଶାରୁ ଏହି ସ୍ୱାସ୍ଥ୍ୟ ବିପ୍ଳବ ଆରମ୍ଭ ହେବ ବୋଲି ଏପିଜେ ଫାଉଣ୍ଡେସନ ସୂଚନା ଦେଇଛି ।
୯୫ ବର୍ଷ ଧରି ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରୁଛି ନେଦରଲାଣ୍ଡର ଏନରାଫ ନୋନିଅସ । ଏହାର ସ୍ୱାସ୍ଥ୍ୟ ଉପକରଣ କାନାଡା, ଆମେରିକା ଠାରୁ ନେଇ ବିଶ୍ୱର କୋଣ ଅନୁକୋଣରେ ବ୍ୟବହୃତ ହୋଇଥାଏ । ତେବେ ଏନରାଫ ଏବେ ଭାରତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଯାଉଛି । ଓଡିଶାର ଏପିଜେ ଫାଉଣ୍ଡେସନ ସହାୟତାରେ ଏନରାଫ ଓ ଏପିଜେ ମିଶି ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ବିପ୍ଳବ ଆଣିବାକୁ ଯାଉଛନ୍ତି । ପ୍ରତ୍ୟେକ ରାଜ୍ୟ ରାଜଧାନୀରେ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମାନର ସୁପରସ୍ପେଷାଲିଟି ହସପିଟାଲ, ଡାଇଗ୍ନୋଷ୍ଟିକ୍ ସେଣ୍ଟର ପ୍ରତିଷ୍ଠା ସହ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୂପାନ୍ତରଣ କରାଯିବ । ଏନେଇ ୧୦ହଜାର କୋଟି ଟଙ୍କା ନିବେଶ କରାଯିବ । ସବୁଠାରୁ ବଡ କଥା ହେଉଛି, ଏହି ସୁପରସ୍ପେଷାଲିଟି ହସପିଟାଲ ଓ ହାଇଗ୍ନୋଷ୍ଟିକ୍ ସେଣ୍ଟର ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ ହେବ ଓ ସେଠାରେ କ୍ୟାସ କାଉଣ୍ଟର ରହିବ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆୟୁଷ୍ମାନ ଭାରତ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ବିଭିନ୍ନ ସରକାରୀ ଯୋଜନା ଏଠାରେ ଉପଲବ୍ଧ ରହିବ । ଫଳରେ ଗରୀବ ରୋଗୀ ଉପକୃତ ହୋଇପାରିବେ ।
ଏ ସମ୍ପର୍କରେ ସୂଚନା ଦେଇ ଏପିଜେ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ହାତୀ କହିଛନ୍ତି ଯେ, ଅପହଞ୍ଚ ଇଲାକା, ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ଫୋକସରେ ରହିବ । ଏହା ଭାରତର ପ୍ରଥମ କ୍ୟାସଲେସ ହସପିଟାଲିଟି ହେବାକୁ ଯାଉଥିବା ବେଳେ ଓଡିଶାରୁ ଏହାର ଶୁଭାରମ୍ଭ କରାଯିବ । ସରକାରଙ୍କ ସହବନ୍ଧିତାରେ ପିପିପି ମୋଡରେ ସ୍ୱାସ୍ଥ୍ୟସେବା ସୁଗମ କରାଯିବ । ୨୦୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଷାଲିଟି ହସପିଟାଲ ସହ ମେଡିକାଲ କଲେଜ, ଡାଇଗ୍ନୋଷ୍ଟିକ ସେଣ୍ଟର, ଜିଲ୍ଲା ହସପିଟାଲର ଅପଗ୍ରେଡେସନ ହେବା ଦ୍ୱାରା ୧୦ହଜାର ପାଖାପାଖି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ୫୦ ହଜାର ଲୋକଙ୍କ ଜୀବନଜୀବିକା ସୁବ୍ୟବସ୍ଥିତ ହୋଇପାରିବ । ଏହି ସ୍କିମ୍ ଓଡିଶା ତଥା ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ତିଆରି କରିବ ।
ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ରାଜଧାନୀ ଭୁବନେଶ୍ୱର ଆସିଛି ତାର ସ୍ୱପ୍ନକୁ ସତ କରିବାକୁ । ପରିସ୍ଥିତି ପରିବେଶ ତାକୁ ବାଧ୍ୟ କରିଛି ଜଣକ ଘରେ ରହିବାକୁ, ହାଣ୍ଡିଶାଳ ସମ୍ଭାଳିବାକୁ କିନ୍ତୁ ସେଇ ହାଣ୍ଡିଶାଳୁ ଏକ ବିରାଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ସକ୍ଷମ ହୋଇଛି । ‘ମୋ ଅଗଣାର ତୁଳସୀ ତୁ’ ସୁଟିଂ ସେଟରେ ଏମିତି କିଛି ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଗୋଟିଏ ସମ୍ଭ୍ରାନ୍ତ ପରିବାରର ନିୟମ କାନୁନ ଆଉ ଗୋଟିଏ ଗାଉଁଲୀ ଝିଅର ସିନ୍ଦୂରର ସୁରକ୍ଷାର ଚିତ୍ର ।
ଜୀ ସାର୍ଥକରେ ପ୍ରସାରିତ ‘ ମୋ ଅଗଣାର ତୁଳସୀ ତୁ’ର ସୁଟିଂ ଚାଲିଛି । ନିପଟ ମଫସଲ ଗାଁର ତୁଳସୀ ପରିବାରର ବୋଝ ହାଲୁକା କରିବାକୁ ଏବଂ ଭାଇର ଅପରେସନ କରିବାକୁ ଚିନ୍ତା କରିଛି । ତା ହାତ ତିଆରି କ୍ରୀମର ଦୋକାନ ଖୋଲି ଏସବୁ ଦୁଃଖ ଦୂର କରିବାକୁ ସେ ଚାହିଁଛି । କିନ୍ତୁ ଭାଗ୍ୟର ଖେଳ ଅଲଗା । ତୁଳସୀ ଭୁବନେଶ୍ୱର ଆସିଛି । ବିଶିଷ୍ଟ ଶିଳ୍ପପତି ଚିତ୍ରା ପଟ୍ଟନାୟକଙ୍କ ହାଣ୍ଡିଶାଳ ସମ୍ଭାଳିବା ଦାୟିତ୍ୱ ମିଳିଛି ତୁଳସୀକୁ । ନିଜ ଦାୟିତ୍ୱ ଅତି ନିଖୁଣତାର ସହ ସମ୍ଭାଳୁଥିବା ତୁଳସୀକୁ ପଟ୍ଟନାୟକ ପରିବାର ଆପଣାଇ ନେଇଛି । ରୋଷେୟାରୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି । ହେଲେ ତୁଳସୀ ଭିତରେ ସେଭଳି କିଛି ପରିର୍ତ୍ତନ ଆସିନାହିଁ ବରଂ ସେ କାଲି ଯାହା ଥିଲା ଆଜି ବି ସେଇମିତି ରହିଛି ।
ତେବେ ହଠାତ ତୁଳସୀର ନିକଟତର ହୁଅନ୍ତି ଶିଳ୍ପପତି ଚିତ୍ରା ପଟ୍ଟନାୟକଙ୍କ ବଡ ପୁଅ ଚନ୍ଦନ । ସମୟ ଓ ପରିସ୍ଥିତି ତୁଳସୀକୁ ଏମିତି ଏକ ମୋଡରେ ଛିଡା କରିଦିଏ ଯେଉଁଠି ସେ ଆତ୍ମହତ୍ୟାର ରାସ୍ତା ବାଛିନିଏ । ତେବେ ତୁଳସୀ ଜୀବନରେ ଚନ୍ଦନର ଭୂମିକା କିଭଳି ରହୁଛି ଓ ଉଭୟଙ୍କୁ ପଟ୍ଟନାୟକ ପରିବାର କେଉଁଭଳି ଗ୍ରହଣ କରୁଛନ୍ତି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି । ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକରେ ପ୍ରସାରିତ ହେଉଛି ‘ମୋ ଅଗଣାର ତୁଳସୀ ତୁ’ । ଯାହାକୁ ଓଡିଶା ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।
Comments are closed.