ଏ ବର୍ଷ ମିନାଝୋଲା ଶିବରାତ୍ରି ଫିକା :କଟକଣାରେ ଶିବ ଦର୍ଶନ
ଗୁଣୁପୁର, ସତ୍ୟନାରାୟଣ ସାହୁ, ୦୨/୦୩/୨୦୨୧ : ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ଵେଲାମଗୁଡା ରାଜସ୍ବ ମଣ୍ଡଳୀ ଅଧିନସ୍ଥ କିମ୍ବଦନ୍ତୀ ଥିବା ଵହୁ ପୁରାତନ ମିନାଝୋଲା ଶିବରାତ୍ରି ଯାତ୍ରା ଚଳିତ ବର୍ଷ କରୋନା କଟକଣାରେ ଅନୁଷ୍ଠିତ ହେବା ନେଇ ଆଜି ଚନ୍ଦ୍ରପୁର ବ୍ଲକ ସଭା ଗୃହରେ ଗୁଣୁପୁରୁ ଉପଜିଲ୍ଲାପାଳ ଶ୍ରୀସୋନାଲ ଜେନାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଚନ୍ଦ୍ରପୁରୁ ରାଜସ୍ବ ନିରୀକ୍ଷକ ଶ୍ରୀ ବାପୁନୁ ଵେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଵା ଵେଳ ଏଥିରେ ଗୁଡାରୀ ତହସିଲଦାର ଓ ଚନ୍ଦ୍ରପୁରୁ ତହସିଲ ଦାର ଲକ୍ଷ୍ମୀନାରାୟଣ ସାବତ, ଚନ୍ଦ୍ରପୁରୁ ଵିଡିଓ ଶ୍ରୀ ଜର୍ଜ ଡୁଙ୍ଗ ଡୁଙ୍ଗ ଏବଂ ଅଗ୍ନିଶମ ବିଭାଗ, ଗୁଡାରୀ ଓ ଚନ୍ଦ୍ରପୁରୁ ପୋଲିସ ଅଧିକାରୀ, ବହୁ ଵିଭାଗର ଯନ୍ତ୍ରୀ, ସିଡିପିଓ, ସମେତ ସଵୁ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ନିଷ୍ପତ୍ତି ଅନୁଯାୟୀ କରୋନା କଟକଣା ନିୟମ ମାନି ଭକ୍ତମାନେ ଶିବ ଦର୍ଶନ ଓ ପୂଜା କରିପାରିବେ। ଛକ ମାନଙ୍କରେ ଏସ୍ ଏସ୍ ଜି ମହିଳା ଓ ଅନ୍ୟାନ୍ୟ କର୍ମଚାରୀ ଜଗିରହି ଅଳ୍ପ ଅଳ୍ପ ଦର୍ଶକଙ୍କୁ ଛାଡିଵେ । ଯେମିତି ଗୋଟିଏ ସ୍ଥାନରେ ଏକଜୁଟ ନହୁଅନ୍ତି ସେଠି ପ୍ରତି ଧ୍ୟାନ ଦେବେ । ଅପରପକ୍ଷରେ ନଦୀରେ ବୁଡ ପକାଇବା ଓ ଲଣ୍ଡା ହେବା ବନ୍ଦ କରାଯାଇଛି। ଏହି କରୋନା କଟକଣା ମାନୀ ଶିବରାତ୍ରି ପାଳନ କରିଵାକୁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ରାଜସ୍ଵ ନିରୀକ୍ଷକ ଶ୍ରୀ ଵେହେରା ପୂଜକଙ୍କୁ ସହଯୋଗ କରି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସମସ୍ତ ଵ୍ୟବସ୍ତା କରିବା ପାଇଁ ଦାୟିତ୍ବ ନ୍ୟସ୍ତ କରିଥିଲେ।
Comments are closed.