ଗଣେଶ ପୂଜାରେ ମାଂସ ବିକିଲେ ଉଠାଇନେବ ପୋଲିସ
ବେଙ୍ଗାଲୁର : ଗଣେଶ ପୂଜାରେ ମାଂସ ବିକ୍ରି ହୋଇପାରିବ ନାହିଁ । ଯଦି କିଏ ବିକ୍ରି କରିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁଲିସ ମଧ୍ୟ ଚଢ଼ାଉ କରିବ । ନିୟମ ଉଲ୍ଲଂଘନକାରୀଙ୍କ ଦୋକାନୀକୁ ସିଲ୍ ମଧ୍ୟ କରାଯିବ । ବୃହତ ବେଙ୍ଗାଲୁରୁ ମହାନଗର ପାଲିକି ପକ୍ଷରୁ ଏଭଳି ନିଷେଧାଦେଶ ଜାରି କରାଯାଇଛି । ଏନେଇ ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ମୁମ୍ବାଇ ଭଳି ବେଙ୍ଗାଲୁରରେ ମଧ୍ୟ ଗଣେଶ ପୂଜା ବେଶ ଧୂମଧାମରେ ପାଳିତ ହୋଇଥାଏ । କିନ୍ତୁ ଏହି ଦିନ ମାଂସ ଦୋକାନ ଖୋଲା ଯାଇଥିବାରୁ ସ୍ଥାନେସ୍ଥାନେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥାଏ । ପୂର୍ବରୁ ଅନେକ ବି ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ଏସବୁକୁ ଆଖିଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି ।
ବେଙ୍ଗାଲୁର ମହାନଗରନିଗମ ପକ୍ଷରୁ ଏଭଳି ନିଦେ୍ର୍ଧଶାନାମା ଜାରି ପରେ କେତେକ ମହଲରେ ଏହାକୁ ବିରୋଧ କରାଯାଇଛି । କିନ୍ତୁ ଅନେକ ଏହାକୁ ସ୍ୱାଗତ କରିଛନ୍ତି । ଅନ୍ୟ କେତେକ ମହାନଗର ନିଗମ ମଧ୍ୟ ଏଭଳି ବିଜ୍ଞପ୍ତି ଜାରି କରିବା ପାଇଁ ଚିନ୍ତା କରୁଛନ୍ତି ।
Comments are closed.