ମୋ ଝିଅର ହତ୍ୟାକାରୀକୁ ଫାଶୀ ଦିଆଯାଉ, ଶ୍ରଦ୍ଧାଙ୍କ ବାପା

ନୂଆଦିଲ୍ଲୀ: ଏହି ନିର୍ମମ ହତ୍ୟାକାଣ୍ଡରେ ଶିକାର ହୋଇଥିବା ଶ୍ରଦ୍ଧା ୱାକରଙ୍କ ବାପା ଆଜି ଏହା କହିଛନ୍ତି। ରାଜଧାନୀ ଦିଲ୍ଲୀରେ ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ଶ୍ରଦ୍ଧାଙ୍କ ବାପା ବିକାଶ ୱାକର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଅଭିଯୁକ୍ତ ଅଫତାବଙ୍କୁ ତାଙ୍କ ଝିଅ ଭଳି ଖଣ୍ଡବିଖଣ୍ଡିତ କରାଯିବା ଉଚିତ। ଘଟଣାର ସଠିକ୍ ଅନୁସନ୍ଧାନ ହେବା ଉଚିତ୍ ଏବଂ ତାଙ୍କୁ ଫାଶି ଦିଆଯିବା ଉଚିତ୍। ସେହିପରି ଯେଉଁ ମୋବାଇଲ ଆପ୍ ଗୁଡ଼ିକ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରୁଛନ୍ତି କିମ୍ବା ଅବୈଧ କାମ ପାଇଁ ଜାଲ ବିଛାଉଛନ୍ତି ସେଗୁଡ଼କ ବିରୋଧରେ ଯାଞ୍ଚ ହେବା ଉଚିତ। ସେହିପରି ୧୮ ବର୍ଷ ସାବାଳକ ହେବା ପରେ ପିଲାମାନଙ୍କୁ ସ୍ୱାଧୀନ ଭାବେ ଛଡ଼ା ଦିଆଯିବାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି ।

୧୮ ବର୍ଷ ବୟସ ହୋଇଥିବା ପିଲାମାନଙ୍କୁ କାଉନସେଲିଂ ଏବଂ ନିୟନ୍ତ୍ରଣ ରଖିବା ଉଚିତ୍। ମୋ ଝିଅ ଘରୁ ଗଲା ବେଳେ ସେ କହିଥିଲା ଯେ, ସେ ସାବାଳିକା ହୋଇଗଲାଶି। ନିଜ ନିଷ୍ପତ୍ତି ନିଜେ ନେଇ ପାରିବ। ସେଥିପାଇଁ ମୁଁ ଏହା କହୁଛି । ସେହିପରି ମୋ ଝିଅ ସହ ଯାହା ଘଟିଛି, ଅନ୍ୟମାନଙ୍କ ସହ ସେୟା ନଘୁଟୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଘରୁ ଯିବା ପୂର୍ବରୁ ମୋର ଶ୍ରଦ୍ଧାଙ୍କ ସହ କଥାବାର୍ତ୍ତା ହୋଇଥିଲା। ଶ୍ରଦ୍ଧାର ତାର ନିଷ୍ପତ୍ତି ଶୁଣାଇଥିଲା। ମୁଁ କହିଥିଲି ସେ ଆମ ସମ୍ପ୍ରଦାୟର ନୁହଁନ୍ତି। ତାଙ୍କ ସହ ସମ୍ପର୍କ ପାଇଁ ବାରଣ କରିଥିଲି।

Comments are closed.