ଏଥର ନିଜ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଭୁବନେଶ୍ୱର, ୨୨ା୧: ରାଜ୍ୟରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର । ଏଥର ନିଜ ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଢେଇ ଘଣ୍ଟା ବଦଳରେ ଏଥର ପରୀକ୍ଷା ଅବଧି ୨ ଘଣ୍ଟା ରହିବ । ଅନ୍ୟ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ନିରୀକ୍ଷକ ଭାବେ ଉକ୍ତ ସ୍କୁଲମାନଙ୍କରେ କାର୍ଯ୍ୟ କରିବେ । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କୁ ଆଉ ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଛାତ୍ରଛାତ୍ରୀଙ୍କ ରହିବା ଓ ଯାତାୟତ ଅସୁବିଧା ଆଶଙ୍କାରେ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ବି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ମାର୍କର ଉତ୍ତର ଦେବେ ପରୀକ୍ଷାର୍ଥୀ । ସେଥିମଧ୍ୟରେ ୫୦ ନମ୍ବର ଅବଜେକଟିଭ୍ ଓ ୩୦ ନମ୍ବର ସବଜେକଟିଭ୍ ରହିବ । ମାତ୍ର ପରୀକ୍ଷା ଫଳ ପ୍ରକାଶ ସମୟରେ ୧୦୦ ନମ୍ବରରୁ ମୂଲ୍ୟାଙ୍କନ କରାଯିବ । ପୂର୍ବରୁ ୧୦୦ ମାର୍କ ପରୀକ୍ଷା ପାଇଁ ଅଢେଇ ଘଣ୍ଟା ସମୟ ଦିଆଯାଉଥିଲା । ଏବେ ୨ ଘଣ୍ଟା ସମୟ ମିଳିବ । ସେହିପରି ପିଲାମାନେ ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ । କିନ୍ତୁ ଅନ୍ୟ ସ୍କୁଲର ଶିକ୍ଷକମାନେ ନିରୀକ୍ଷକ ରହିବେ । ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା ହେବ । ସେହିଭଳି ପରୀକ୍ଷା କେନ୍ଦ୍ରରେ କପି ରୋକିବା ପାଇଁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହେବ ।
Comments are closed.