ସରିଲା ମାଟ୍ରିକ ପରୀକ୍ଷା

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି। ଫେବୃଆରୀ ୨୦ ତାରିଖରୁ ଏହା ଆରମ୍ଭ ହୋଇଥିଲା। ଶେଷ ଦିନରେ ଛାତ୍ରୀଛାତ୍ର ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ନିର୍ଦ୍ଧାରିତ ସମୟରେ ପରୀକ୍ଷା ସାରିବା ପରେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରୁ ଖୁସିହୋଇ ବାହାରିଥିଲେ ।

ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରୀଛାତ୍ର ଶୃଙ୍ଖଳାରସହ ପରୀକ୍ଷା ଦେଇଛନ୍ତି । ସେହିପରି ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି।

Comments are closed.