ହିନ୍ଦୁ ଓ ଖ୍ରୀଷ୍ଟୀୟାନଙ୍କ ଦ୍ୱାରା ସମୂହ ବିବାହ, ଯୋଗ ଦେଲେ ୨୪୫ ଦମ୍ପତ୍ତି

ହିନ୍ଦୁ ଓ ଖ୍ରୀଷ୍ଟୀୟାନଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇବା ପାଇଁ ଛତିଶଗଡ଼ରେ ସମୂହ ବିବାହର ଆୟୋଜନ ହୋଇଛି । ଯାହାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜନ କରାଯାଇଛି । ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ତତ୍ୱାବଧାନରେ ଏହାର ଶୁଭାରମ୍ଭ ହୋଇଯାଇଛି । ଯେଉଁଠି ସାଧାରଣତଃ ହିନ୍ଦୁମାନେ ଲାଲ୍ ରଙ୍ଗର ପୋଷାକ ପରିଧାନ କରିଥିବାବେଳେ ଖ୍ରୀଷ୍ଟୀୟାନମାନେ ଧଳା ରଙ୍ଗର ପୋଷାକ ପରିଧାନ କରିଛନ୍ତି । ସେଠାରେ ୨୪୫ ଜଣ ହିନ୍ଦୁ ଓ ଖ୍ରୀଷ୍ଟୀୟାନ ଦମ୍ପତ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Comments are closed.