ଝାରସୁଗୁଡ଼ାରେ ବାଧ୍ୟତାମୂଳକ ହେଲା ମାସ୍କ
ଝାରସୁଗୁଡ଼ା – କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଜୁଲାଇ ୨୧ରୁ ଆଗାମୀ ଏକମାସ ବ୍ୟାପୀ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ସମସ୍ତ ତହସିଲଦାର ଅଧିକୃତ ଅଧିକାରୀ ଭାବେ ସମ୍ପୃକ୍ତ ଅଞ୍ଚଳରେ ଜିଲାପାଳଙ୍କ ଆଦେଶ ଅନୁପାଳନ ନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ କୋଭିଡ୍ ରେଗୁଲେଶନ ଅନୁସାରେ ଦଣ୍ଡବିଧାନ କରାଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।
Comments are closed.