ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ

ସମ୍ବଲପୁର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବାକୁ ନିଅଯାଉଛି କଡ଼ା ପଦକ୍ଷେପ ।  ଭୁବନେଶ୍ୱର, କଟକ ପରେ ଏବେ ସମ୍ବଲପୁରରେ ଲାଗୁ ହୋଇଛି କଡ଼ା କୋଭିଡ଼ କଟକଣା।

ସମ୍ବଲପୁର ମ୍ୟୁନିସିପାଲିଟି ପକ୍ଷରୁ ଜାରୀ ନିୟମ ଅନୁଯାୟୀ, ଏଣିକି ସହରରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାବାଦ ହୋଟେଲ, ରେଷ୍ଟୁରାଣ୍ଟରେ ଅଧିକ ଭିଡ଼ ହେଲେ ଖାଦ୍ୟ ପ୍ୟାକିଂ କରି ଗ୍ରାହକଙ୍କୁ ଦେବାକୁ ହୋଟେଲ ମାଲିକମାନଙ୍କୁ କୁହାଯାଇଛି । କୌଣସି ସ୍ଥାନରେ ଅଧିକ ଲୋକ ରୁଣ୍ଡ ହେଲେ ସାମାଜିକ ଦୂରତା ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି । ରାସ୍ତାକଡ଼ ଖାଦ୍ୟ ଦୋକାନୀମାନେ ମଧ୍ୟ  ଖାଦ୍ୟ ପ୍ୟାକିଂ କରି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ । କଟକଣା ନ ମାନିଲେ କୋଭିଡ ନିୟମ ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି

Comments are closed.