ମାସ୍କ ପାଇଁ ୫୦୦ ଗଣିବେ
ଭୁବନେଶ୍ୱର : ଏଣିକି ମାସ୍କ ନ ପିନ୍ଧିଲେ କଟିବ ଚାଲାଣ। ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବାରୁ ବିମ୍ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମାସ୍କ ନ ପିନ୍ଧିଲେ ୫ ଶହ ଟଙ୍କା ଜରିମାନା ହେବ ବୋଲି ରାଜଧାନୀବାସୀଙ୍କୁ ମେୟର ସୁଲୋଚନା ଦାସ ତାଗିଦ କରିଛନ୍ତି।
ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୫ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଥିବା ବେଳେ ପୁଣି ଥରେ ରେଡ୍ ଜୋନ୍ରେ ଭୁବନେଶ୍ୱର। ତେବେ ରାଜଧାନୀରେ କୋଭିଡ୍ କଟକଣାକୁ ସଠିକ୍ ଭାବେ ପାଳନ କରିବାକୁ ହେବ ବୋଲି ମେୟର କହିଛନ୍ତି।
Comments are closed.