ପୁଣି ବାଧ୍ୟତାମୂଳକ ହୋଇପାରେ ମାସ୍କ
ଭୁବନେଶ୍ୱର: କରୋନା କାୟା ସାମାନ୍ୟ କମିବା ପରେ ଏବେ ଆଉ କେହି ମାସ୍କକୁ ଗୁରୁତ୍ୱ ଦେଉନାହାନ୍ତି । ତେବେ ଖୁବ ଶୀଘ୍ର ମାସ୍କ ପିନ୍ଧିବାକୁ ପୁଣି ଥରେ ବାଧ୍ୟତାମୂଳକ କରାଯାଇପାରେ । କରୋନା ସ୍ଥିତି ନେଇ ସୂଚନା ଦେବା ଅବସରରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ବଢିଛି । ପ୍ରିକସନ ସହ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ତାଗିଦ କରିଛନ୍ତି । ବର୍ତ୍ତମାନ ଓଡ଼ିଶାରେ ସ୍ଥିତି ଭଲ ଅଛି । ପୂର୍ବଭଳି ସର୍ଭେଲାନ୍ସ ଜାରି ରହିଛି । ସରକାର ସ୍ଥିତି ଉପରେ ନଗର ରଖିଛନ୍ତି । ଟେଷ୍ଟିଂ ଜାରି ରହିଛି । ପଜିଟିଭ ବାହାରିଲେ ଟ୍ରାପ କରାଯିବ । ପୂର୍ବଭଳି ବ୍ୟବସ୍ଥା ଲାଗୁ କରାଯିବ । ଯଦି ଦରକାର ପଡେ଼ ତେବେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।
Comments are closed.