ଖୋଲିଲା ମାର୍କେଟ ବିଲଡିଂ
ଭୁବନେଶ୍ବର: ମାର୍କେଟ ବିଲଡିଂ ବ୍ୟବସାୟୀ ସଙ୍ଘର ବିଭିନ୍ନ ଦାବିକୁ ମାନି ନେଇଛି ବିଏମସି । ଲିଖିତ ପ୍ରତିଶ୍ରୁତି ଦେବାପରେ ଆଜିଠୁ ବିଏମସିର ମାର୍କେଟ ବିଲଡିଂ ଖୋଲିଛି ବ୍ୟବସାୟୀ ସଙ୍ଘ । ସେପଟେ ଦୀର୍ଘ ୪ ଦିନ ହେବ ମାର୍କେଟ ବନ୍ଦ ରହିବା କାରଣରୁ ଅନେକ କ୍ଷତି ହୋଇଛି ବୋଲି କହିଛନ୍ତି ବ୍ୟବସାୟୀ ।
ମାର୍କେଟ ବିଲଡିଙ୍ଗ, ବ୍ୟବସାୟୀ ସଙ୍ଘର ବିଭିନ୍ନ ଦାବିକୁ ମାନିଲା ବିଏମସି, ତେଣୁ ପୁଣି ଥରେ ସ୍ବାଭାବିକ ହେବ ମାର୍କେଟ ବିଲଡିଂ । ବିଭିନ୍ନ ଦାବି ନେଇ ଏହାର ବ୍ୟବସାୟୀ ସଙ୍ଘ ଦୀର୍ଘ ୪ ଦିନ ଧରି ମାର୍କେଟ ବିଲଡିଂ ବନ୍ଦ ରଖିଥିଲେ । ଶେଷରେ ସଙ୍ଘର ଦାବି ଗୁଡ଼ିକୁ ମାନିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛି ବିଏମସି । ଦାବି ମୁତାବକ ପ୍ରତିସପ୍ତାହରେ ଉଚ୍ଛେଦ କାର୍ୟ୍ୟ ଜାରି ରହିବା ସହ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବ । ଆବଶ୍ୟକ ପଡିଲେ ମାର୍କେଟ ବିଲଡିଂ ଦ୍ବାରା ନିୟୋଜିତ ସିକ୍ୟୁରିଟି ମଧ୍ୟ ଉଠା ଦୋକାନୀଙ୍କୁ ଉଠାଇ ପାରିବେ । ପୋଲିସ ଏବଂ ବିଏମସି ଅଧିକାରୀ ଏହାର ତଦାରଖ କରିବେ । ମାର୍କେଟ ବିଲଡିଂ ବ୍ୟବସାୟୀ ସଙ୍ଘ ଓ ବିଏମସିର ଆଲୋଚନା ପରେ ବିଏମସି ତରଫରୁ ଏଭଳି ପ୍ରତିଶ୍ରୁତି ଦିଆଯିବା ପରେ ମାର୍କେଟ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଙ୍ଘ ।
Comments are closed.