ଭୁବନେଶ୍ୱର ମାର୍କେଟ ବିଲ୍ଡିଂରୁ ଉଠିବ ଉଠା ଦୋକାନ
ଭୁବନେଶ୍ୱର : ମାର୍କେଟ ବିଲ୍ଡିଂରୁ ଉଠାଦୋକନ ହଟିବ । ଦୀର୍ଘଦିନ ଧରି ବେଆଇନ ଭାବେ ମାଡ଼ି ବସିଥିବା ଜାଗାକୁ ଜବରଦଖଲ ମୁକ୍ତ କରାଯିବ । ଏହା ସହ ମାର୍କେଟର ସୌନ୍ଦର୍ୟ୍ୟକରଣ ଉପରେ ଗୁରୁତ୍ୱ ଦେବ ବିଏମ୍ସି । ମେୟର ସୁଲୋଚନା ଦାସ ଏବଂ ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ମାର୍କେଟ ବିଲ୍ଡିଂ ବୁଲିବା ସହ ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହ ଫଳ ମାର୍କେଟରେ ଦୋକାନ ଘର ଆବଣ୍ଟନର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।
ୟୁନିଟ-୨ ମାର୍କେଟ ଏବେ ଉଠା ଦୋକାନୀଙ୍କ କବ୍ଜାରେ । ମାଡି ବସିବାରୁ ମାର୍କେଟ ବିଲ୍ଡିଂର ଯିବା ଆସିବା ରାସ୍ତା ମାଡ଼ି ବସିଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମାର୍କେଟ ବିଲ୍ଡିଂରେ ହୋଇଥିବା ସୌର୍ନ୍ଦଯ୍ୟକରଣ ମଧ୍ୟ ଲୁଚି ଯାଉଥିଲା । ପ୍ରବେଶ ପଥରେ ଦୋକାନ ମେଲାଇ ବସୁଥିବାରୁ ଗାଡି ମଟର ପଶିବାରେ ଅସୁବିଧା ଉପୁଜୁଥିଲା । ଆବଶ୍ୟକ ବେଳେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡି ପଶିବା ମୁସ୍କିଲ ହୋଇ ପଡୁଥିଲା ।
ବିଏମ୍ସି ପକ୍ଷରୁ କିଛିମାସ ପୂର୍ବରୁ ଉଠା ଦୋକାନୀଙ୍କୁ ଉଠାଯିବାକୁ ନୋଟିସ ହୋଇଥିଲା । ଯାହାକୁ ନେଇ ସେ ସମୟରେ ବିବାଦ ଦେଖାଦେଇଥିଲା । କମିଶନର ଶ୍ରୀ କୁଲାଙ୍ଗେ ରବିବାର ମାର୍କେଟ ବିଲ୍ଡିଂ ବୁଲିବା ସହ ଉଠାଦୋକାନ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ମାର୍କେଟ ବିଲ୍ଡିଂର ପରିମଳକୁ ଫୋକସ କରାଯାଇଛି । ପ୍ରତି ଦୋକାନରେ ଦୁଇଟି ଡଷ୍ଟବିନ ରଖିବାକୁ କମିଶନର ପରାମର୍ଶ ଦେଇଛନ୍ତି ।
Comments are closed.