ମନୀଷ ସିସୋଦିଆଙ୍କୁ ମିଳିଲା ଆଶ୍ୱସ୍ତି

ଆମ୍‌ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲା ଆଶ୍ୱସ୍ତି। ଦିଲ୍ଲୀ ତଥା କଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏକ ବର୍ଷ ଧରି ଜେଲ୍‌ରେ ବନ୍ଦ ଥିବା ଏହି ଆପ୍‌ ନେତାଙ୍କୁ ଶେଷରେ ମିଳିଛି ଜାମିନ୍‌। କୋର୍ଟ ତାଙ୍କୁ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆସନ୍ତା ୧୩ରୁ ୧୫ ତାରିଖ ଯାଏଁ ଲକ୍ଷ୍ନୌରେ ହେବାକୁ ଥିବା ତାଙ୍କ ଝିଆରି ବିବାହରେ ଯୋଗ ଦେବା ପାଇଁ କୋର୍ଟ ସିସୋଦିଆଙ୍କୁ ଅନୁମତି ଦେଇଛନ୍ତି।

ପୁତୁରାଙ୍କ ବିବାହରେ ସାମିଲ ହେବା ପାଇଁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ଫେବ୍ରୁଆରୀ ୧୨ରୁ ୧୬ ଯାଏଁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ସିସୋଦିଆ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିନ୍ତୁ ସିସୋଦିଆଙ୍କ ଏହି ଆବେଦନକୁ ବିରୋଧ କରିଥିଲା। କିନ୍ତୁ କୋର୍ଟ ଆପ୍‌ ନେତାଙ୍କ ଏହି ଆବେଦନକୁ ମଞ୍ଜୁର କରିବା ସହ ତାଙ୍କୁ ୧୩ରୁ ୧୫ ଯାଏ ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅସନ୍ତା ୧୪ ତାରିଖରେ ଲକ୍ଷ୍ନୌରେ ତାଙ୍କ ଝିଆରିଙ୍କ ବିବାହ ଅଛି।

Comments are closed.