ମଣିପୁର ହିଂସା: ସୁପ୍ରିମକୋର୍ଟରେ ପହଞ୍ଚିଲେ ମଣିପୁର ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ମଣିପୁରରେ ହିଂସା ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ପୁନରୁଦ୍ଧାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବାରମ୍ବାର ପରିସ୍ଥିତି ବଦଳୁଛି ବୋଲି ରାଜ୍ୟ ସରକାର କହିଛନ୍ତି। ବର୍ତ୍ତମାନ ଏହି ଆଦେଶକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ଗତ ଦୁଇ ମାସ ଧରି ମଣିପୁରରେ ହିଂସା ଘଟଣା ସାମ୍ନାକୁ ଆସୁଛି। ଏଠାରେ ଇଣ୍ଟରନେଟ୍ ନିଷେଧ ହେବାର ଦୁଇ ମାସରୁ ଅଧିକ ସମୟ ବିତିଗଲାଣି।

ନିକଟରେ ମଣିପୁର ସରକାର ଇଣ୍ଟରନେଟ ନିଷେଧାଦେଶକୁ ୧୦ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଇଣ୍ଟରନେଟ୍ ନିଷେଧ ବିରୋଧରେ ଆବେଦନ ଶୁଣାଣି ବେଳେ ମଣିପୁର ହାଇକୋର୍ଟ କହିଥିଲେ ଯେ, ଗୃହ ବିଭାଗ କେସ୍ ଆଧାରରେ ଇଣ୍ଟରନେଟ୍ ସେବା ଯୋଗାଇ ପାରିବ। ଏ ବାବଦରେ କୋର୍ଟ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଜୁଲାଇ ୨୫ ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।

Comments are closed.