ରାଜ୍ୟର ସ୍ୱରକୁ ମୁଁ ଦିଲ୍ଲୀରେ ପହଞ୍ଚାଇବି:ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟର ସ୍ୱରକୁ ମୁଁ ଦିଲ୍ଲୀରେ ପହଞ୍ଚାଇବି । ରାଜ୍ୟସଭା ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀଭାବେ ଘୋଷିତ ହେବା ପରେ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି ମାନସ ମଙ୍ଗରାଜ ।  ପ୍ରାର୍ଥୀ ଘୋଷଣା ପରେ ଶ୍ରୀ ମଙ୍ଗରାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଏଥିସହ ରାଜ୍ୟର ସମସ୍ୟାକୁ ସଠିକଭାବେ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି । ରାଜନୀତି ସେ ଦୀର୍ଘ ବର୍ଷ ହେଲା ରହିଥିବା କହି ମାନସ ମଙ୍ଗରାଜ  ରାଜ୍ୟର ସ୍ୱରକୁ  ଦିଲ୍ଲୀରେ ପହଞ୍ଚାଇାବେ ବୋଲି କହିଛନ୍ତି ।
ପ୍ରକାଶ ଯେ ଭୁବନେଶ୍ୱର: ରାଜ୍ୟସଭା ପାଇଁ ୪ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି । ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କୁ ଟିକେଟ୍ ଦେଇଛି ଦଳ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ନାଁରେ ମୋହର ମାରିଛନ୍ତି । ସସ୍ମିତ ପାତ୍ରଙ୍କୁ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଇଛି ।
ଏବେ ମାନସ ମଙ୍ଗରାଜ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି । ସେହିଭଳି ରାଜ୍ୟସଭା ସାଂସଦ ଥିବା ଡ. ସସ୍ମିତ ପାତ୍ର ପୁଣି ଥରେ ରାଜ୍ୟସଭା ଯିବେ । ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରୁଥିବା ସୁଲତା ଦେଓଙ୍କୁ ଦଳ ରାଜ୍ୟସଭା ଟିକେଟ୍ ଦେଇଛି । ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ରାଜ୍ୟସଭା ଟିକେଟ୍ ଦେଇଛି ।

Comments are closed.