୧୫ ବର୍ଷିୟା ନାବାଳିକାକୁ ରେପ୍ ପରେ ହତ୍ୟା ଉଦ୍ୟମ
୧୫ ବର୍ଷିୟା ଝିଅକୁ ଅପହରଣ କରିି ରେପ୍ କରିବା ସହିତ ପଥରରେ ଛେଚି ହତ୍ୟା ଉଦ୍ୟମ କରିଛି ଅପରାଧୀ । ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଟିକାମଗଡ ବ୍ଲକ ଅନ୍ତର୍ଗତ ସତ୍ରାଇ ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ । ପୋଲସର ସୂଚନା ଅନୁସାରେ, ଶିକାର ହୋଇଥିବା ନାବାଳିକାଙ୍କ ପରିବାର ଓ କେତେକ ସମ୍ପର୍କିୟଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ଏନେଇ ନାବାଳିକା ଜଣକ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପାଇଁ ବାହାରିଥିବା ବେଳେ ବାଟରେ ହରିରାମ କୁଶୱା ନାମକ ବ୍ୟକ୍ତି ସହ ଭେଟ ହୋଇଥିଲା । ହରିରାମ ନିଜ ବାଇକରେ ଲିଫ୍ଟ ଦେବା ବାହାନାରେ ନାବାଳିକାକୁ ଅପହରଣ କରି ଜଙ୍ଗଲରେ ରେପ କରିଥିଲା । ପରେ ମନ ଶାନ୍ତ ନ ହେବାରୁ ପଥରରେ ଛେଚି ମାରି ଦେବାକୁ ପ୍ରୟାସ ମଧ୍ୟ କରିଥିଲା ।
ରେପ୍ ପରେ ନାବାଳିକାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ହରିରାମକୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।
Comments are closed.