ମଣିଷ ଉପରେ ପଶୁ ତୁଲ୍ୟ ବ୍ୟବହାର, ମାଡ଼ ମାରି ପାଦ ଚଟାଇଲେ

ବାରିପଦା : ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ। କେବଳ ସେତିକି ନୁହେଁ ତାଙ୍କୁ ପାଦ ଚାଟିବାକୁ ବାଧ୍ୟ କରାଯାଉଛି। ବାରିପଦାର ତୁଳସୀ ଚଉରା ସାହିରେ ଥିବା ନିଶା ନିବାରଣ କେନ୍ଦ୍ରର ଏହି ଭିଡିଓ।

ଏହା ପ୍ରାୟ ଦେଢ ବର୍ଷେ ତଳର ଭିଡିଓ ହୋଇଥିବା ବେଳେ ଏବେ ଭାଇରାଲ ହେବାରେ ଲାଗିଛି। ଏପରି ଲୋମଟାଙ୍କୁରା ଭିଡିଓରେ ମାନବାଧିକାରକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳୁଥିବା ବେଳେ ଏହାକୁ କିନ୍ତୁ ସ୍ୱୀକାର କରିବାକୁ ରାଜି ନୁହନ୍ତି ନିଶା ନିବାରଣ କେନ୍ଦ୍ରର ମାଲିକ ଅବନି ପତି। ଏପରିକି ସେ ଯାହା କରିଛନ୍ତି, ତାହା ସମ୍ପୂର୍ଣ୍ଣ ଠିକ୍‌ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

Comments are closed.