ଜେଡିଏସ ପାଇଁ ପ୍ରଚାର କରିବେ ମମତା

କୋଲ୍‌କାତା: ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଜନତା ଦଳ ସିକ୍ୟୁଲାର୍‌’ (ଜେଡିଏସ୍‌) ଲାଗି ପ୍ରଚାର ଅଭିଯାନରେ ଆସିବେ ବୋଲି ଶୁକ୍ରବାର ଦିନ ‘ଜେଡିଏସ୍‌’ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ କୋଲ୍‌କାତାର କାଳିଘାଟସ୍ଥିତ ବାସଭବନରେ କୁମାରସ୍ବାମୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି କୁମାରସ୍ବାମୀ ଲେଖିଛନ୍ତି: କୋଲ୍‌କାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତ‌ା ବାନାର୍ଜୀଙ୍କୁ ଭେଟି ଆଲୋଚନା କଲି। ଆଜି ମଧ୍ୟ ସେ ମୋତେ ଭବ୍ୟ ଆତିଥ୍ୟତା ପ୍ରଦାନ କରିଥିଲେ। ଆମେ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ‘ପଞ୍ଚ ରତ୍ନ ଯାତ୍ରା’ର ସଫଳତା ଓ ଜାତୀୟ ରାଜନୈତିକ ଘଟଣାବଳି ପ୍ରସଙ୍ଗରେ ଆଲୋଚନା କଲୁ।

Comments are closed.