ମୋଦୀଙ୍କ ଉପରେ ପୁଣି ବର୍ଷିଲେ ମମତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏକ ସପ୍ତାହ ମଧ୍ୟରେ ମୋଦିଙ୍କ ଡବଲ ଆଟାକ୍‌ ପରେ ଦିଦି ପଶ୍ଚିମବଙ୍ଗର ରାସ୍ତା ଉପରକୁ ଓହ୍ଲାଇବାକୁ ଯାଉଛନ୍ତି। ସେ ଆଜି କୋଲକାତାରେ ୩ କିଲୋମିଟର ପଦଯାତ୍ରା କରିବାକୁ ଯାଉଛନ୍ତି। ତାଙ୍କର ଏହି ପଦଯାତ୍ରା କୋଲକାତା କଲେଜ ଛକରୁ ଧର୍ମତଲା ପର୍ଯ୍ୟନ୍ତ ହେବ। ମମତାଙ୍କ ପଦଯାତ୍ରାରେ ବହୁ ସଂଖ୍ୟକ ମହିଳା ଅଂଶଗ୍ରହଣ କରିବେ ବୋଲି ଦାବି କରାଯାଉଛି। ତେବେ ଏହି ପଦଯାତ୍ରା ପୂର୍ବରୁ ସୋଶାଲ ମିଡିଆରେ ଏକ ଭିଡିଓ ସେୟାର କରି ମୋଦିଙ୍କ ଉପରେ ବର୍ଷିଛନ୍ତି।

ମମତା ବାନାର୍ଜୀ ଏକ ଫେସବୁକ୍ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନିନ୍ଦା କରିଛନ୍ତି। ବଙ୍ଗଳାର ପରିଚୟ କଥା ଉଠାଇ ସେ ଲୋକଙ୍କୁ ମାର୍ଚ୍ଚ ୧୦ରେ ବ୍ରିଗେଡରେ ହେବାକୁ ଥିବା ସାଧାରଣ ସଭାରେ ଭାଗ ନେବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ‘ବୋହିରାଗୋଟୋ ଜମିଦାରମାନେ ଅର୍ଥାତ୍ ବାହାର ଲୋକଙ୍କୁ ମାର୍ଚ୍ଚ ୧୦ ମନେ ପକାଇଦେବା ଉଚିତ ଯେ, ବଙ୍ଗଳାର ଧୈର୍ଯ୍ୟ ଏବଂ ସୌଜନ୍ୟତା ତା’ର ଦୁର୍ବଳତା ନୁହେଁ। ସେ କଠୋର ସ୍ୱରରେ କହିଛନ୍ତି, ଆମର ଧୈର୍ଯ୍ୟକୁ ଦୁର୍ବଳତା ବୋଲି ଭାବ ନାହିଁ। ସେମାନେ କେବଳ ନିର୍ବାଚନ ସମୟରେ ଆସନ୍ତି ଏବଂ ନିର୍ବାଚନ ପରେ ଦେଖାଦିଅନ୍ତି ନାହିଁ।’

Comments are closed.