ଷ୍ଟାଲିନ୍‌ଙ୍କ ପ୍ରସ୍ତାବକୁ ସମର୍ଥନ କଲେ ମମତା ବାନାର୍ଜୀ

ଚେନ୍ନାଇ: ଅଣ-ବିଜେପି ରାଜ୍ୟମାନଙ୍କରେ ରାଜ୍ୟପାଳମାନଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକଳାପ ବିରୋଧରେ ଶାସକ ‘ଡିଏମ୍‌କେ’ ଆରମ୍ଭ କରିଥିବା ପ୍ରୟାସ ପ୍ରତି ସମର୍ଥନ ଜଣାଇବାକୁ ବୁଧବାର ଦିନ ପଶ୍ଚମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍‌ଙ୍କୁ ଟେଲିଫୋନ୍‌ କରିଥିଲେ।

ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଛନ୍ତି, ପରବର୍ତ୍ତୀ କାର୍ଯ୍ୟଧାରା ବିଷୟରେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ସମସ୍ତ ବିରୋଧୀ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକ କରିବା ପାଇଁ ବାନାର୍ଜୀ ପ୍ରସ୍ତାବ ଦେଇଛନ୍ତି।

ଟୁଇଟ୍‌ କରି ଷ୍ଟାଲିନ୍‌ ଲେଖିଛନ୍ତି: ଅଣ-ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳମାନଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକଳାପ ବିରୋଧରେ ଆମେ ଆରମ୍ଭ କରିଥିବା ପ୍ରୟାସକୁ ପ୍ରଶଂସା କରି ସମର୍ଥନ ଜଣାଇବାକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫୋନ୍‌ କରିଥିଲେ। ପରବର୍ତ୍ତୀ କାର୍ଯ୍ୟଧାରା ଗ୍ରହଣ ନିମନ୍ତେ ନିଷ୍ପତ୍ତି ନେବାକୁ ବିରୋଧୀ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।

Comments are closed.