ମମତା ବାନାର୍ଜୀଙ୍କ ବାସଭବନରେ ସୁରକ୍ଷା ଉଲ୍ଲଂଘନ
କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଛି। କୋଲକାତାର କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶନିବାର ଜଣେ ଅଜ୍ଞାତ ଯୁବକ ପାଚେରି ଡେଇଁ ଘରେ ପଶିଥିଲେ। ରାତିସାରା ଘର ପରିସରରେ ରହିଥିଲେ। ସକାଳେ ତାଙ୍କୁ ସରକ୍ଷାକର୍ମୀ ଦେଖି ଗିରଫ କରି କରିଥିଲେ। ସୂଚନା ପାଇବା ମାତ୍ରେ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ସୂଚନା ପାଇବା ମାତ୍ରେ କମିଶନର ଭିନେଟ ଗୋୟଲଙ୍କ ସମେତ କୋଲକାତା ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ତେବେ ଜେଡ୍-ବର୍ଗର ସୁରକ୍ଷା ଜୋନ୍ରେ ଯୁବକ ଜଣଙ୍କ କିପରି ପ୍ରବେଶ କରିଥିଲେ ପୋଲିସ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି। ଉଲ୍ଲଂଘନ ପଛରେ ସମ୍ଭାବ୍ୟ କାରଣ ଖୋଜିବାକୁ ମଧ୍ୟ ଅନୁସନ୍ଧାନକାରୀମାନେ ଚେଷ୍ଟା କରୁଛନ୍ତି।
Comments are closed.