ସବୁ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ମମତା ବାନାର୍ଜୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ରାଜ୍ୟପାଳଙ୍କ କ୍ଷମତାକୁ ଆହୁରି ସଙ୍କୁଚିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ସବୁ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ । ପଶ୍ଚିମବଙ୍ଗ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଖୁବଶୀଘ୍ର ପଶ୍ଚିମବଙ୍ଗ ବିଧାନସଭାରେ ଏକ ବିଧେୟକ ଆସିବ । ରାଜ୍ୟ ମନ୍ତ୍ରିମଣ୍ଡଳରେ ଭଳି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅଧିକାଂଶ କ୍ଷେତ୍ରରେ ରାଜ୍ୟପାଳ ଜଗଦୀପ ଧନକଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ବଢୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ପଶ୍ଚିମବଙ୍ଗ ସରକାରଙ୍କ ସହମତି ବିନା ନିକଟରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ମମତା ବାନାର୍ଜୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟର ଅନୁମୋଦନ ପରେ ଏଭଳି ପ୍ରସ୍ତାବକୁ ବିଧାନସଭାରେ ବିଧେୟକ ଭାବେ ଆଗତ କରାଯିବ । ଆଉ ଗୃହରେ ପାଶ ହେବା ପରେ ମମତା ବାନାର୍ଜୀ କୁଳାଧିପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।
Comments are closed.