ଆଜି ଦାୟିତ୍ଵ ନେବେ ନୂଆ ଅଧ୍ୟକ୍ଷ ଭାବେ ମଲ୍ଲିକା ଅର୍ଜୁନ
ନୂଆଦିଲ୍ଲୀ:ବହୁ ବାଦ ବିବାଦ ପରେ କଂଗ୍ରେସର ସଭାପତି ନିର୍ବାଚନ ହେଲା ଓ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକ ଅର୍ଜୁନ ଖଡଗେ ସଭାପତି ଭାପରେ ନିର୍ବାଚିତ ହୋଇଥିଲେ । ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ । ଏଥିଲାଗି ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଦୀର୍ଘ ୨୫ ବର୍ଷ ପରେ ଅଣଗାନ୍ଧୀ ପରିବାରର ଜଣେ ନେତା କଂଗ୍ରେସର ନେତୃତ୍ୱ ନେବାକୁ ଯାଉଛନ୍ତି। ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ।
ଏଥିନିମନ୍ତେ ଆଜି ନୂଆଦିଲ୍ଲୀସ୍ଥିତ AICC କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଉତ୍ସବରେ ଦଳର କେନ୍ଦ୍ରୀୟ ନେତୃତ୍ୱ ସହ ଅନେକ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକାରିଣୀ ସଦସ୍ୟ, ପିସିସି ମୁଖ୍ୟ, ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାବାଦ ପୂର୍ବତନ ପିସିସି ମୁଖ୍ୟ, ବିଧାୟକ ଦଳ ନେତା, AICC କର୍ମକର୍ତ୍ତା ବି ଯୋଗଦେବେ ବୋଲି ଜଣାଯାଇଛି।
Comments are closed.