ବହି ଲେଖିବେ ମାଲଈକା ଅରୋରା
ମୁମ୍ବାଇ: ବଲିଉଡ୍ ଆଇଟମ୍ ଗର୍ଲ ମଲାଇକା ଆରୋରାଙ୍କୁ କିଏ ବା ନ ଜାଣେ। ତାଙ୍କର ଫିଟ୍ନେଶ ଏବଂ ଲୁକ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହାରି ଭିତରେ ମଲାଇକା ଲେଖିକା ହେବାକୁ ମନ ବଳାଇଛନ୍ତି। ଫିଟ୍ନେଶକୁ ନେଇ ସେ ଏକ ବହି ଲେଖିବାକୁ ଯାଉଛନ୍ତି, ଯାହାର ନାମ ରହିଛି ନ୍ୟୁଟ୍ରିଶନ୍। ତେବେ ଏହି ବହିରେ ପାଠକମାନଙ୍କୁ ସେ ଫିଟ୍ନେଶ୍ ମନ୍ତ୍ର ଦେବାକୁ ଯାଉଛନ୍ତି। ଏକ ସୁସ୍ଥ ସ୍ବାସ୍ଥ୍ୟ ପାଇଁ କେଉଁ ପ୍ରକାର ଖାଦ୍ୟ, କେତେ ପରିମାଣରେ ଖାଇବା ଦରକାର ଏଥିସହ ବଡ଼ିରୁ କଲେଷ୍ଟରଲ୍ ହଟାଇବା ପାଇଁ ଯୋଗ, ବାୟାମ ସମ୍ବନ୍ଧୀୟ ଅନେକ କଥା ସେ ଏହି ବହିରେ ଲେଖିବାକୁ ଯାଉଛନ୍ତି। ନିଜ ଫ୍ୟାଶନ, ଫିଟ୍୍ନେଶ ପାଇଁ ମଲାଇକା ବେଶ୍ ପରିଚିତ। ତେବେ ବହି ଲେଖା ତାଙ୍କୁ ବିଶେଷ ଭାବେ ସଫଳତା ଦେବ ବୋଲି ଏବେ ଆଲୋଚନା ହେଉଛି। କାରଣ ଫିଲ୍ମ ପାଇଁ ମଲାଇକାଙ୍କୁ ଯେତିକି ଲୋକ ଅନୁକରଣ କରନ୍ତି ତା’ଠାରୁ ଅନେକଗୁଣା ଲୋକେ ଫିଟ୍ନେଶ ପାଇଁ ତାଙ୍କୁ ଫଲୋ କରନ୍ତି।
Comments are closed.