ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମହମ୍ମଦ ମୋକିମ

ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଚାଲିଛି  । ତେବେ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି  । କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡ଼ିଛି  । ଏନଡ଼ିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ମିଳିତ ବିରୋଧୀ ଦଳରୁ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି  । ଯଶୱନ୍ତ ସିହ୍ନାଙ୍କୁ କଂଗ୍ରେସ ବିଧାୟକମାନେ ଭୋଟ ଦେବେବୋଲି ପୂର୍ବରୁ ଘୋଷଣା କରାଯାଇଥିଲା  ।

ସୂଚନାଯୋଗ୍ୟଯେ, ଦୀର୍ଘବର୍ଷ ପରେ ଓଡ଼ିଶାରୁ ଜଣେ ମହିଳାଙ୍କୁ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି  । ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି  । ନିର୍ବାଚନ ଜିଣିବା ପାଇଁ ଇତିମଧ୍ୟରେ ଦ୍ରୌପଦୀଙ୍କୁ ବହୁ ସମର୍ଥନ ମିଳିସାରିଛି  । ବିଜୁ ଜନତା ଦଳ ମଧ୍ୟ ମୁର୍ମୁଙ୍କୁ ସମର୍ଥନ କରିବା ସହ ତାଙ୍କ ପାଇଁ ଭୋଟ ଭିକ୍ଷା ବି କରିଛି  । ଏପରିକି ବିଜୁ ଜନତା ଦଳର ନେତାମାନେ ଏନେଇ କଂଗ୍ରେସ ବିଧାୟକମାନଙ୍କ ସହ ଆଲୋଚନା କରାଯାଇଥିଲା  । ତେବେ ଜାତୀୟ ଦଳ ହୋଇଥିବାରୁ ହାଇକମାଣ୍ଡଙ୍କ ନିଷ୍ପତି ଅନୁଯାୟୀ ସେମାନେ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର ପୂର୍ବରୁ ସୂଚନା ଦେଇଥିଲେ  ।

Comments are closed.