୧୧୨ କିଲୋ ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ଗିରଫ , ୨ଟି ବନ୍ଧୁକ ଜବତ
ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ପଦକ୍ଷେପ ନିଆଯାଉଛି । ମୁଦୁଲିପଡା ଥାନା କର୍ମଚାରୀଙ୍କ ଦ୍ବାରା ପାଟ୍ରୋଲିଂ ସମୟରେ ପୂଜାରିଗୁଡା ଗାଁ ନିକଟ ଜଙ୍ଗଲରେ ୨ ଜଣ ବ୍ୟକ୍ତି ଗୋଟିଏ ବାଇକରେ ଚାରିଟି ପ୍ୟାକେଟ ଧରି ଛିଡା ହୋଇଥିବା ଦେଖିଥିଲେ । ପୋଲିସକୁ ଦେଖି ଅନ୍ଧାରର ସୁଯୋଗ ନେଇ ଗାଡି ଓ ବସ୍ତା ଛାଡି ଧାଇଁ ପଳାଉଥିବା ବେଳେ ପୋଲିସ ଜଙ୍ଗଲରେ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ଯାଞ୍ଚ କରିବାରୁ ବସ୍ତାରେ ଗଞ୍ଜେଇ ଥିବା ଓ ସେଠାରେ ଜଙ୍ଗଲରେ ୨ ଟି ଗୁଳି ଭର୍ତ୍ତି ସିଙ୍ଗଲ ବୋର ବନ୍ଧୁକ ପଡ଼ିଥିବା ଦେଖିବାକୁ ପାଇଥିଲେ । ବନ୍ଧୁକ ସହ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲେ l ଗିରଫ ବ୍ୟକ୍ତି ଜଣକ ମାଥିଲି ଅନ୍ତର୍ଗତ ଜାମ୍ବରୀଗୁଡା ଗ୍ରାମର ଜମାରି ଖିଲ ଏବଂ ଜବତ ଚାରୋଟି ବସ୍ତାରେ ପ୍ରାୟ ୧୧୨ କେଜି ଗଞ୍ଜେଇ ଥିବାବେଳେ ଏହାକୁ ଜମ୍ବାରୀଗୁଡାରୁ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଂଚଳକୁ ବିକ୍ରୀ ପାଇଁ ନେଉଥିବା ଜଣାପଡିଛି । ଏନଡିପିଏସ ଆକ୍ଟ ଏବଂ ଆର୍ମସ ଆକ୍ଟରେ ମୁଦୁଲିପଡା ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି ।
Comments are closed.