ଗରିବସେନା ସଂଗଠନର ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା /ଚାନ୍ଦୋତରା(ଲିଖେରାମ ବେହେରା) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗରିବସେନା ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଙ୍କୁ ତିନିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି l ଗରିବସେନା ସଂଗଠକ ଦିନେଶ ତାଣ୍ଡି ଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ବ୍ଲକ ଚାରିଛକରୁ ଏକ ରା଼ଲ୍ଲୀ ବାହାରି ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ରା଼ଲ୍ଲୀରେ ନୂଆପଡା ଜିଲ୍ଲା ଗରିବସେନା ସଂଗଠକ ରବି ମଙ୍ଗରାଜ, ସମାଜସେବୀ ଅମରେନ୍ଦ୍ର ନନ୍ଦ, ଦେବେନ୍ଦ୍ର ବାଗ, ଯୁବରାଜ ମାଝୀ, ଅଭିରାମ ତାଣ୍ଡି, ତ୍ରିନାଥ ସାହୁ, କଳାମଣି ମଙ୍ଗରାଜଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ l ସେପଟେ ଆଗାମୀ ପନ୍ଦର ଦିନ ମଧ୍ୟରେ ଦାବୀ ପୁରଣ ନହେଲେ ଅଫିସକୁ ତାଲାବନ୍ଦ କରିବାକୁ ଚେତାବନୀ ଦେଇଛି ଗରିବସେନା l

Comments are closed.