ନୂଆଗାଁ ସରପଞ୍ଚ ପ୍ରତିନିଧିଙ୍କ ଉପସ୍ଥିତିରେ ନଳକୂପ ଗୁଡ଼ିକ ହେଲା ମରାମତି
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଅଧିନରେ ରହିଛି ଖାଲମଡା ଗ୍ରାମ।ଗ୍ରାମ ରେ ୨୦୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ବର୍ଷ ବର୍ଷ ଧରି କେତେଗୁଡ଼ିଏ ନଳକୂପ ଅଚଳ ହୋଇଥିବା ବେଳେ ଆଉ କେତେଗୁଡ଼ିଏ ନଳକୂପ ରୁ ଲୈାହଗୁଣ୍ଡ ବାହାରୁଥିଲା।ଏପରିକି ମା ତାରିଣୀ ଛକ ରେ ଥିବା ନଳକୂପ ଟି ଦୀର୍ଘବର୍ଷ ହେବ ଅଧଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ନଳକୂପ ହାଣ୍ଡେଲ ମାରିଲେ ବାହାରୁଥିଲା ଗ୍ଲାସ୍ ଟିଏ ପାଣି।ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏଭଳି ସମସ୍ୟାରେ ନୂଆଗାଁ ଗ୍ରାମ ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ଅମିତା ପରିଡ଼ା ଙ୍କ ପ୍ରଚେଷ୍ଟା ଯୋଗୁଁ ଖାଲମଡା ଗ୍ରାମ ର ନଳକୂପ ଗୁଡ଼ିକ ମରାମତି ହୋଇଛି।ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା ଉପସ୍ଥିତି ରହି ବ୍ଲକ୍ ରେ ଥିବା ନଳକୂପ ମରାମତି କାର୍ଯ୍ୟ କର୍ମଚାରୀ ମାନଙ୍କୁ ନେଇ ମରାମତି କରିଥିଲେ।ଏଭଳି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।
Comments are closed.