ଚାନ୍ଦପୁର ପୋଲିସ ଦ୍ଵାରା 3ଜଣ ଡକାୟତ ଗିରଫ,4ଟି ସିଲେଇ ମେସିନ ଓ tvs ଲୁନା ଜବତ

ରଣପୁର(ଚିରଞ୍ଜିବି ଦାଶ) : ଦିନକୁ ଦିନ ନୟାଗଡ ଜ଼ିଲ୍ଲା ଚାନ୍ଦପୁର ଅଞ୍ଚଳରେ ଅପରାଧୀ ମାନଙ୍କ ସଂଖ୍ୟ ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ରେ ଚାନ୍ଦପୁର ପୋଲିସ l ଗତକାଲି ଅପରାହ୍ନରେ ଚାନ୍ଦପୁର ପୋଲିସ ମାଣିକଗଡା, ବୋଲଗଡ ଓ ଟାଙ୍ଗୀ ରେ ଚଢ଼ାଉ କରି 3ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କ ଠାରୁ 4ଟି ସିଲେଇ ମେସିନ ଓ ଗୋଟିଏ TVS XL ଲୁନା ଜବତ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦପୁର ଅଞ୍ଚଳର ରବୀନ୍ଦ୍ର ସାହୁ, ବୋଲଗଡ ଅଞ୍ଚଳ ର ଧରିମ ଖାଁ ଏବଂ ଟାଙ୍ଗୀ ଅଂଚଳର ଅଜୁ ମହାପାତ୍ର l ଏମାନଙ୍କ ନାମରେ ଚାନ୍ଦପୁର ଥାନାରେ 56,57/2022 ରେ କେଶ ହୋଇ କୋର୍ଟ ଚାଲାଣ କରାଯାଇଛି l

Comments are closed.