ବିଧବା ମାଙ୍କୁ ଗାଳି ଗୁଲଜ ବେଳେ ପ୍ରତି ଜବାବ ଦେଲା ନାବାଳକ ପୁଅ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ବିଧବା ମାଙ୍କୁ ଗାଳି ଗୁଲଜ ବେଳେ ପ୍ରତି ଜବାବ ଦେଲା ନାବାଳକ ପୁଅ | ଉତକ୍ଷିପ୍ତ ହୋଇ ଅସାମାଜିକ ଯୁବକ ଆକ୍ରମଣ କଲା ନାବାଳକଙ୍କୁ | ଧାରୁଆ ଅସ୍ତ୍ର ଆକ୍ରମଣରେ ଲହୁ ଲୁହାଣ ହେଲା ନାବାଳକ , ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତି | ଆହତ ନାବାଳକର ନାମ ଅନୀଲ କୁମାର ଜେନା ୧୩ ବର୍ଷ ବୟସ ବୋଲି ଜଣା ପଡିଛି | ଘଟଣା ଘଟିଛି ଟାଙ୍ଗୀ ନୁଆଗଡ ପଂଚାୟତ ହରିପୁର ଗ୍ରାମ ନୁଆ ସାହିରେ | ଗତ କାଲି ରାତିରେ ବିଦ୍ୟୁତ୍ କାଟ୍ ହୋଇଥିବାରୁ ନାବାଳକର ଜଣକ ଘର ନିକଟସ୍ଥ ଚାନ୍ଦନୀକୁ ଶୋଈବା ପାଇଁ ଯାଇଥିଲା | ଏହାକୁ ନେଇ ସେହି ଗ୍ରାମର ଜଣେ ଅସାମାଜିକ ଯୁବକ ନାବାଳକର ବିଧବା ମାଙ୍କୁ ଗାଳି ଗୁଲଜ କରୁଥିଲା | ତେଣୁ ଏହାର ପ୍ରତିବାଦ କରିଵାରୁ ଅସାମାଜିକ ଯୁବକ ଜଣକ ଧାରୁଆ ଅସ୍ତ୍ରରେ ଅନୀଲକୁ ଆକ୍ରମଣ କରିଥିଲା | ଫଳରେ ଅନିଲ ଗୁରୁତର ଆହତ ହୋଇଥିଲେ | ତାଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା | ତାଙ୍କର ମା ଅନିଲଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତି କରିଥିଲେ | ଅନୀଲଙ୍କର ସ୍ୱାସ୍ଥାବସ୍ଥା ସ୍ଥିର ଥିବା ଜଣା ପଡିଛି | ଅନୀଲଙ୍କର ବାପା ସଂଜୟ ଜେନାଙ୍କର ଗତ ୨ ମାସ ତଳେ ମୃତ୍ୟୁ ହୋଇଥିବା ଜଣା ପଡିଛି |
Comments are closed.