ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଯାଞ୍ଚ, ୩୨ ଡ଼ିଏଲ ବାତିଲ
ଖୋର୍ଦ୍ଧା(ରାକେଶ କୁମାର ଜଗଦେଵ) : ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଆରଟିଓ ଏବଂ ପୋଲିସର ଚଢ଼ାଉ ଜାରି ରହିଛି । ଶନିବାର ପୂର୍ବାହ୍ନରେ ଆରଟିଓ ଏବଂ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ବାଇପାସ ଠାରେ ଦୀର୍ଘ ସମୟ ଧରି ବିଭିନ୍ନ ଯାନବାହାନ ଯାଞ୍ଚ କରିଥିଲେ । ହେଲମେଟ, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର, ସିଟ ବେଲ୍ଟ, ମାଲ ବୁହା ଗାଡ଼ିରେ ଯାତ୍ରୀ ନେବା, ଟ୍ରିପଲ ରାଇଡିଙ୍ଗ ଆଦି ଉଭୟ ବିଭାଗ ପକ୍ଷରୁ ଉକ୍ତ ଅଭିଯାନ ଅନ୍ତର୍ଗତ ଯାଞ୍ଚ କରାଯାଇଥିଲା । ଉକ୍ତ ଚଢ଼ାଉରେ ଭୁବନେଶ୍ୱର ଆରଟିଓ -୧ ର କନିଷ୍ଠ ମୋଟରଜାନ ନିରୀକ୍ଷିକା ପଦ୍ମଜା ମହାନ୍ତି, ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଦୋରା, ବାଣପୁର ଥାନା ଏଏସଆଇ ପ୍ରଶାନ୍ତ ବେହେରା, ବାଲୁଗାଁ ଥାନା ଏସଆଇ ଶ୍ରୀନିବାସ ସାମନ୍ତ ଏବଂ ଅନ୍ୟ ଆରଟିଓ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ । ତେବେ ଟ୍ରାଫିକ ନିୟମ ଖିଲାପ ବାବଦକୁ ୮୯ ଗୋଟି ଇ ଚାଲାଣ କଟାଯାଇଥିବା ବେଳେ ୩୨ ଗୋଟି ଡ଼ିଏଲ ବାତିଲ ହୋଇଥିବା ର ସୂଚନା ଦେଇଛନ୍ତି ସୁଶ୍ରୀ ମହାନ୍ତି ।
Comments are closed.