ଗୋ ସୁରକ୍ଷା କାରୀଙ୍କ ଉପରେ ଗୋ ମାଫିଆଙ୍କ ଗୁଳିମାଡ଼
ମୟୁରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ମୟୂରଭଞ୍ଜ ଜିଲ୍ଳାରେ ଖୁଲମ ଖୁଲ୍ଲା ହେଉଛି ଗୋ ଚାଲାଣ । ହିନ୍ଦୁ ସଭ୍ୟତାର ପ୍ରତୀକ ଗୋ ମାତାଙ୍କୁ ଦେବତା ଭାବେ ପୂଜା ଅର୍ଚନା କରାଯାଇଥାଏ। କିନ୍ତୁ ଅମାନୁଷିକ ଭାବେ ପ୍ରତିଦିନ ଗୋ ଚାଲାଣ ହେଉଥିବାର ପରିଲକ୍ଷିତ ହେଉଥିବା ସତ୍ତ୍ୱେ ପୋଲିସ ସାଜିଛି ନିରାଵଦ୍ରଷ୍ଟା। କିଛି ଦିନ ତଳେ ଗୋରୁ ଚାଲାଣ ଅଭିଯୋଗ ଝରପୋଖରିଆ ଥାନାର ପୋଲିସ କର୍ମଚାରୀ ଦଲାଲଙ୍କ ସହ ଡିଲ୍ କରିବା ସହ ଗୋରୁ ଚାଲାଣ ପାଇଁ ମୋଟା ଅଙ୍କର ଟଙ୍କା ବି ନେଉଛନ୍ତି ଯାହାର ଏକ ଅଡିଓ ଭାଇରଲ ହୋଇଥିଲା। ଏଭଳି ଏକ ଅଡ଼ିଓ ଭାଇରାଲ୍ ପରେ ମୟୁରଭଞ୍ଜ ଏସପି ଝାଡ଼ପୋଖରିଆ ଥାନାର ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ । ଏପରି ଘଟଣାର ଉଷ୍ଣତା ନ ସରୁଣୁ ପୁଣି ଗୋ ମାଫିଆଙ୍କ ଗୁଳି ମାଡ଼ରେ ଦୁଇ ଗୋ ସୁରକ୍ଷାକାରୀ ଗୁରୁତର ହୋଇଛନ୍ତି। ଜଶୀପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଘଟିଛି ଗୁଳିକାଣ୍ଡ ।ଆଜି ଭୋର ୪ଟା ସମୟରେ କିଛି ଗୋ ଚାଲାଣକାରୀ ୮ଟି ୧୬ଚକିଆ ଟ୍ରକରେ କଲିକତା ଅଭିମୁଖେ ଗୋ ଚାଲାଣ କରୁଥିବା ଖବର ପାଇ କଟକ ଶାଖାର ଦେଵସେନା ଓ ବଜରଙ୍ଗଦଳର ଗୋ ସୁରକ୍ଷା କର୍ମୀ କେନ୍ଦୁଝରରୁ ପିଛାକରି ବେଗୁନିଆ ଟୋଲଗେଟ ନିକଟକୁ ଯାଇ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହଇଥିଲା । ତେବେ ପାଟିତୁଣ୍ଡ ଏତେ ଉଗ୍ରଥିଲା ଯେ ଗୋ ଚାଲାଣ କାରୀ ଗୋ ସୁରକ୍ଷା କର୍ମୀ ଉପରକୁ ଅତର୍କିତ ୪୦ରାଉଣ୍ଡ ଗୁଳିଚାଳନା କରିଥିଲେ । ଫଳରେ ଦୁଇ ଗୋ ସୁରକ୍ଷା କର୍ମୀ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ଯଶୀପୁର ଓ ପରେ ବାରିପଦା PRM ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାକୁ ଗୁରୁତର ସହିତ ନେଇ ଜଶୀପୁର ପୋଲିସ ନେଇ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ତେବେ ଘଟଣା ସ୍ଥଳରୁ ଦୁଇଟି ବୋଲେରୋ ଗାଡିରେ ଦୁର୍ବୁତ୍ତମାନେ ଫେରାର ହୋଇ ଯାଇଥିବା ବେଳେ 11 ଜଣଙ୍କୁ 49 ନମ୍ବର ଜାତୀୟ ରାଜପଥ ନିକଟରେ ପୋଲିସ ଧରିଛି ବୋଲି କରଞ୍ଜିଆ sdpo ସୂଚନା ଦେଇଛି ।
Comments are closed.