ତରଭା ବିଦେଶୀ ମଦ ଦୋକାନରୁ ଲକ୍ଷାଧିକ ଟଙ୍କାର ମଦ ଚୋରି

ତରଭା(କଲ୍ୟାଣ ନାଏକ) : କିଛି ମାସ ହେଲା ତରଭା ଥାନା ଅଂଚଳରେ ଥମିବାର ନା ଧରୁନି ଚୋରି ହତ୍ୟା ଭଳି ଅସାମାଜିକ କାର୍ଯ୍ୟକଳାପ । ସେହିପରି ଗତ ଗୁରୁବାର ରାତି ତରଭା ବିଦେଶୀ ମଦ ଦୋକାନ ରୁ ଲକ୍ଷାଧିକ ଟଙ୍କାର ମଦ ଚୋରି ହୋଇଛି । ଦୁର୍ବୁତ୍ତ ମାନେ ଦୋକାନର ସଟର ତାଲା ଭାଙ୍ଗି ମଦ ଚୋରି କରି ଫେରାର ମାରିଥିଲେ । ଏପରି କି ସିସିଟିଭି ରେ ଥିବା ଡିଭିଆର ଏବଂ ହାର୍ଡ ଡିସ୍କ ମଧ୍ୟ ନେଇ ଯାଇଛନ୍ତି । ପୋଲିସ ଖବର ପାଇ ତଦନ୍ତ ଚଳାଇଛି । ଥାନାଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ଏବଂ ଏସ ଆଇ ଯଯାତି କେଶରୀ ସାହୁ ବିଭିନ୍ନ ଦିଗରୁ ତଦନ୍ତ ଜାରିରଖିଛନ୍ତି । ଘଟଣା ଘଟିବା ଦୁଇଦିନ ବିତିଥିଲେ ହେଁ ଚୋରମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିନି । ପ୍ରକାଶ ଥାଉକି ଏଇ ମାସକ ମଧ୍ୟରେ ତରଭା ଥାନା ଅଚଂଳ ରେ ଥିବା ଚାରଭଟା ,ତରଭା ଓ ଦେଓଲପଦର ଗ୍ରାମର ଲୋକଙ୍କୁ ହତ୍ୟା କରାଯାଇଥିବା ଘଟଣା ମାନ ଅଂଚଳରେ ଚର୍ଚା ର ବିଷୟ ଥିଲା । ସେଭଳି ଚୋରାମଦ ଗଂଜେଇ ଓ ଗୋଚାଲାଣ ଭଳି ଅନେକ ଅସାମାଜିକ କାର୍ଯ୍ୟକଳାପ ଲାଗିରହିଛି । ପୋଲିସ ପକ୍ଷରୁ ତଦନ୍ତ ଧରପଗଡ ଜାରିରହିଛି ହେଲେ ଥମିବାର ନା ଧରୁନି ଏଭଳି କାର୍ଯ୍ୟକଳାପ । ଏଣୁ ଏଦିଗରେ ପୋଲିସ ତତ୍ପରତା ସହ ସଠିକ ପଦକ୍ଷେପ ନେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସାଧାରଣ ରେ ଦାବି ହେଉଛି ।

Comments are closed.