ସୋମନାଥ ଦେବ ବିଦ୍ୟାପୀଠର ରୌପ୍ୟ ଜୟନ୍ତୀ ପାଳିତ
ନୂଆଗାଁ( ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ରେ ଥିବା ସୋମନାଥ ଦେବ ବିଦ୍ୟାପୀଠ ର ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ଉଦଘାଟନ ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତିର ପ୍ରଗତି ,ଉନ୍ନତିରେ ବିଦ୍ୟାଳୟର ଭୂମିକା ଏବଂ ବିଦ୍ୟାଳୟ ର ପ୍ରଗତିରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୬ ନଂ ଜିଲ୍ଲାପରିଷଦ ସଭ୍ୟା ଜସ୍ମିନ ଦାସ,ସରପଞ୍ଚ ଜିତେନ୍ଦ୍ର ଖଟୁଆ,ସମିତି ସଭ୍ୟ ପ୍ରତାପ ମହାପାତ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ମଞ୍ଜରୀ ମହାପାତ୍ର ବିଦ୍ୟାଳୟ ସମ୍ପର୍କିତ ବିବରଣୀ ପାଠ କରିଥିବା ବେଳେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ସୁହା ଗୀନି ସ୍ମରଣିକା ଉନ୍ମୋଚନ ହୋଇଥିଲା । ପରିଶେଷରେ ମଞ୍ଚାସୀନ ଅତିଥି ମାନେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ ତତ୍ ସହିତ ସୋମନାଥ ଦେବ ବିଦ୍ୟାପୀଠର ନୂତନ ଗେଟ୍ ମନ୍ତ୍ରୀ ଏବଂ ବିଧାୟକଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି ।
Comments are closed.