ପୋଖରୀରେ ପଡି ବୃଦ୍ଧାଙ୍କ ମୃତ୍ୟୁ
ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ପ୍ରତାପପୁର ଗ୍ରାମରେ ପୋଖରୀରେ ପଡି ବୃଦ୍ଧାଙ୍କ ମୃତ୍ୟୁ । ସୂଚନା ଅନୁସାରେ ପଞ୍ଚୁରୁଖି ଗ୍ରାମର ପୂର୍ଣଚନ୍ଦ୍ର ମଣ୍ଡଳଙ୍କ ସ୍ତ୍ରୀ ପାର୍ବତୀ ମଣ୍ଡଳ ପ୍ରତାପପୁର ଗ୍ରାମର ନିଜ ଝିଅଙ୍କ ଘରେ ଆଠମାସ ତଳୁ ରହି ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରୁ କେଉଁଆଡେ ନିଖୋଜ ଥିବା ବେଳେ ଘରଲୋକ ତଥା ଗ୍ରାମବାସୀ କୌଣସି ଖୋଜ ଖବର ପାଇନଥିବା ବେଳେ ଆଜି ସକାଳୁ ଜ୍ବାଇଁଘର ଠାରୁ ଦୁଇଶହ ମିଟର ଦୂରରେ ଥିବା ଏକ ପୋଖରୀରେ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ତେବେ ତାଙ୍କୁ ସ୍ଥାନୀୟ ପ୍ରତାପପୁର ଡାକ୍ତରଖାନାକୁ ସଂଗେ ସଂଗେ ନିଆଯାଇଥିଲା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବୃଦ୍ଧାଙ୍କ ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |
Comments are closed.