ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ

କେନ୍ଦ୍ରାପଡ଼ା(ପ୍ରଫୁଲ କୁମାର ମଲ୍ଲ) : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଟିରା ଗ୍ରାମରେ ନିଛାଟିଆ ଜଙ୍ଗଲିଆ ରାସ୍ତା କଡ଼ରେ ଥିବା ଏକ ବରଗଛ ଡାଳରେ ବେକରେ ଗାମୁଛା ଲଗାଇ ମୃତ ଅବସ୍ଥାରେ ଯୁବକକୁ ଦେଖିଲେ ଗ୍ରାମବାସୀ । ଏହା ହତ୍ୟା ନା ଆତ୍ମହତ୍ୟା ଯାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି ।ମୃତକ ଦୁଇରୁ ତିନି ଦିନ ଧରି ଏଇଭଳି ଭାବେ ଝୁଲନ୍ତା ଅବସ୍ଥାରେ ଥିବା ସୂଚନା ମିଳିଥିବା ବେଳେ ପାଟକୁରା ପୋଲିସ ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି । ଅପରପଟେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ନିକିରାଇ ଥାନା ଅନ୍ତର୍ଗତ ବରୁଅ ଅଞ୍ଚଳର ବୋଲି ସୂଚନାରୁ ଜଣା ପଡ଼ିଛି ।

Comments are closed.