ମୀରାବାଈ କଳାବିକାଶ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଗଁଦିଆ(କାମାକ୍ଷା ପ୍ରସାଦ ବିହାରୀ) : ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଓ ସଂଙ୍ଗୀତ ମହାବଦ୍ୟାଳୟ ମୀରାବାଈ କଳାବିକାଶ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ୩ ଦିନ ଧରି ସଂନ୍ଧ୍ୟା ୭ ଟା ରୁ ମହାସମାରୋହରେ ପାଳିତ ହୋଇଛି। ଏହି ଉତ୍ସବ କୁ ପ୍ରଥମ ଦିନ ଢେଙ୍କାନାଳର ମାନ୍ୟବର ସାଂସଦ ମହେଶ ସାହୁ,ସମ୍ମାନିତ ଅତିଥୀ ଭୁବନ ଏନଏସି ନଗର ପାଳ ଶୁଭେନ୍ଦୁ ସାହୁ,ମୂଖ୍ୟ ବକ୍ତା ପୁରି ଗୋବର୍ଦ୍ଧନପିଠର ମାତୃପ୍ରସାଦ ମିଶ୍ର ଏବଂ ବହୁମାନଗଣ୍ୟ ବ୍ୟକ୍ତି ରହି ଅନୁଷ୍ଠାନର ଦିର୍ଘାୟୁ କାମନା କରିଛନ୍ତି। ମୀରାବାଈ କଳାବିକାଶ କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଭଗବାନ ଗୁରୁଙ୍କ ଉଦ୍ୟମରେ ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ପୁରପଲ୍ଲିରେ କଳାକାର ସୃଷ୍ଟି ହୋଇଛନ୍ତି। କଳାକାର ମାନେ କଳା ପରିବେଶଣ କରି ସୁନାମ ଅର୍ଜନ କରିପାରଛନ୍ତି । ପ୍ରଥମ ସଂନ୍ଧ୍ୟାରେ ଶ୍ରୀଯୁକ୍ତ ଭଗବାନ ଗୁରୁଙ୍କ ନିଜସ୍ବ ଲେଖା ଏବଂ ନିର୍ଦ୍ଧାେଶନାରେ ବିଶ୍ବର ସର୍ବ କନିଷ୍ଠ ଶହିଦ ବୀର ବାଜିରାଉତଙ୍କ କାହାଣୀ କୁନି କୁନି କଳାକାରଙ୍କ ଦ୍ବାରା ପରିବେଶଣ ହୋଇଛି । ଏହି ଦେଷାତ୍ମବୋଧ କାହାଣୀ
ଅତିଥୀ ଏବଂ ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇ ପାରିଛି। ୨ୟ ଓ ୩ୟ ଉଦଯାପନୀ ସଂନ୍ଧ୍ୟାରେ ବହୁ ମାନ୍ୟଗନ୍ୟ ଅତିଥୀ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଅନୁଷ୍ଠାନ ଏବଂ କୁନି,କୁନି ପିଲାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
Comments are closed.