ସୋନପୁର ବିଜେପିର ଜିଲ୍ଲା ପରିଷଦ ଓ ପୌର ନିର୍ବାଚନ ସମିକ୍ଷା ବୈଠକ

ସୋନପୁର(କଲ୍ୟାଣ ନାଏକ) : ସୋମବାର ସୋନପୁର ସ୍ଥିତ ଟାଉନହଲ ଠାରେ ସୋନପୁର ବିଧାନ ସଭା ସ୍ତରୀୟ ବିଜେପିର ଜିଲ୍ଲା ପରିଷଦ ଓ ପୌର ନିର୍ବାଚନ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ସମୀକ୍ଷକ ଭାବେ ସୁରେଶ୍ଵରି ଶତପଥୀ ଓ ରାକେଶ ତ୍ରିପାଠୀ ଉପସ୍ଥିତ ଥିଲେ ।ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରାମନାରାୟଣ ବେଜ ,ଜିଲ୍ଲା ସାଧାରଣ ସଂପାଦକ ରୁଦ୍ର ମହଲା ,ସମୀକ୍ଷକ ସୁରେଶ୍ଵରି ଶତପଥୀ ,ରାକେଶ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସମିକ୍ଷା ବୈଠକରେ ଗ୍ରାମୀଣ ମଣ୍ଡଳର 6 ଟି ଓ 3 ଟି ପୌର ନିର୍ବାଚନ ମଣ୍ଡଳର କାର୍ଯ୍ୟକର୍ତା ,ପଦାଧିକାରୀ ଏବଂ ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର ସଭାର ଆଭିମୁଖ୍ୟ ସମ୍ପର୍କରେ ମତ ରଖିବା ପରେ ସମିକ୍ଷକ ଶ୍ରୀ ଶତପଥୀ ଓ ଶ୍ରୀ ତ୍ରିପାଠୀ ସମିକ୍ଷା ଉପରେ ଆଧାରିତ ବିଷୟକୁ ନେଇ ଆଲୋଚନା କରି ମଣ୍ଡଳ ସ୍ତରରେ ଭାଗ ଭାଗ କରି ସମିକ୍ଷା କରିଥିଲେ । ଏହି ଅବସରର ସଂଯୋଗକୁ ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ଏବଂ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢୀ ଏହି ସମିକ୍ଷା ବୈଠକରେ ଅଂଶଗ୍ରହଣ କରି କାର୍ଯକର୍ତା ମାନଙ୍କୁ ଉତ୍ସାହିତ କରିବା ସହ ନିର୍ବାଚନ ଫଳାଫଳକୁ ନେଇ ହତୋତ୍ସାହ ନହୋଇ ସଂଗଠନ କୁ ସୁଦୃଢ କରିବା ନେଇ ଗୁରୁ ମନ୍ତ୍ର ଦେଇଥିଲେ ।

Comments are closed.