ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ଡକ୍ଟର ବି.ଆର଼ ଆମ୍ବେଦକରଙ୍କ 131 ତମ ଜନ୍ମ ଜୟନ୍ତୀ ପାଳିତ
ଜଟଣୀ(ସଞ୍ଜୀବ କୁମାର) : ଭାରତ ରତ୍ନ ଡଃ ବାବା ସାହେବ ଆମ୍ବେଦଙ୍କର 131 ତମ ଜନ୍ମ ବାର୍ଷିକୀ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ପାଳନ କରାଯାଇଥିଲା। ବି ଆର୍ ଆମ୍ବେଦକର ଜଣେ ଅର୍ଥନୀତିଜ୍ଞ, ସାମାଜିକ ସଂସ୍କାରକ ଏବଂ ରାଜନେତା ଥିଲେ। ତାଙ୍କୁ ଭାରତୀୟ ସମ୍ବିଧାନର ପିତା ଭାବରେ ବିବେଚନା କରାଯାଏ, ଯିଏ ଏହାକୁ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଉତ୍ସବକୁ ପାଳନ କରି ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ କଲ୍ୟାଣ ପଟ୍ଟନାୟକ, ଶ୍ରୀ ଅଶୋକ କୁମାର, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା))ଙ୍କ ସହ ଶାଖା ଅଧିକାରୀ ଏବଂ କର୍ମଚାରୀ, ଭାରତୀୟ ସମ୍ବିଧାନର ଏହି ସ୍ଥପତିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ଶ୍ରୀ ରଂଜନ କୁମାର ମହାନ୍ତି, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
Comments are closed.