ପ୍ରବାଦ ପୁରୁଷ ସ୍ଵର୍ଗତଃ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ସମୂହ ଦୀପଦାନ ଓ ସ୍ମୃତି ସଭା

ଦଶପଲ୍ଲାପୁଷ୍ପଲତା ପ୍ରଧାନ) : ମହାନ ଜନନାୟକ ପ୍ରବାଦ ପୁରୁଷ, ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶିକ୍ଷକ ଭବନ ଠାରେ ସମୂହ ଦୀପଦାନ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ସମୂହ ଦୀପଦାନ ଓ ସ୍ମୃତିସଭାରେ ବିଜୁ ଜନତା ଦଳର ଯୁବ,ଛାତ୍ର, ବରିଷ୍ଠ କର୍ମକର୍ତ୍ତା ଏବଂ ଦଶପଲ୍ଲା ବ୍ଲକର ଅଧ୍ୟକ୍ଷା,ଉପାଧ୍ୟକ୍ଷା,ଜିଲ୍ଲାପରିଷଦ ଓ ନୂଆଗାଁ ବ୍ଲକର ଅଧ୍ୟକ୍ଷା , ଜିଲ୍ଲାପରିଷଦ ଓ ସମସ୍ତ ଗ୍ରାମ ପଞ୍ଚାୟତରୁ ଆସିଥିବା ସରପଞ୍ଚ,ସମିତି ସଭ୍ୟ,ସଭ୍ୟାଙ୍କ ସହିତ ଦଶପଲ୍ଲା ଏନ୍ ଏ ସି ର ଉପାଧ୍ୟକ୍ଷ ଓ ସମସ୍ତ କାଉନସିଲର,ବିଜେଡି ବ୍ଲକ ସଭାପତି ମାନେ ଉପସ୍ଥିତ ରହି ପ୍ରବାଦ ପୁରୁଷଙ୍କ ସ୍ମୃତି ଚାରଣ କରିବା ସହ ସମୂହ ଦୀପଦାନ କରିଥିଲେ।ସେହିପରି ଭାବେ ବିଜୁ ଜନତା ଦଳ ପକ୍ଷରୁ ଦଶପଲ୍ଲାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।

Comments are closed.