ତରଭା ଗସ୍ତରେ ଜିଲ୍ଲା ପାଳ
ତରଭା(କଲ୍ୟାଣ ନାୟକ) : ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ତରଭା ଗସ୍ତରେ ଆସି ତରଭା ଡାକ୍ତରଖାନା ସ୍ଥିତ ଅଶୁଂଘାତ ଜନିତ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀ ଏବଂ ପ୍ରତିକାର ବ୍ୟବସ୍ଥା ବୁଲି ଦେଖି ଜନସାଧାରଣଙ୍କ ଉଦେଶ୍ୟରେ ଲୋକଙ୍କୁ ସଚେତନ ରହିବା ଏବଂ ଡାକ୍ତର ଖାନା କତୃପକ୍ଷଙ୍କୁ ସଠିକ ପଦକ୍ଷେପ ନେବାକୁ କହିଥିଲେ । ଏହି ସମୟରେ ତରଭା ବ୍ଳକ ବିଡିଓ ବିନୟ କୁମାର ପଟେଲ ଓ ଭାରପ୍ରାପ୍ତ ମେଡିକାଲ ଅଫିସର କ୍ଷିରୋଦ୍ର ମିଶ୍ର ଏବଂ ବିପିଏମ ପ୍ରିୟରଞ୍ଜନ ସାହୁଙ୍କ ସମେତ ଡାକ୍ତର ଖାନା କତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ପରେ ଜିଲ୍ଲାପାଳ ନିର୍ମାଣାଧୀନ ତରଭା 5T ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ।

Comments are closed.