ଅର୍ଥମନ୍ତ୍ରୀ ନିରଜଂନ ପୂଜାରୀଙ୍କ ଦ୍ଵାରା ଉଦଘାଟିତ ହେଲା ବିଶ୍ବ ବ୍ୟାଙ୍କ ସହାୟତାରେ ନିର୍ମିତ ତରଭା ଏ ଇ ଏସ କଲେଜ ର ଶୈକ୍ଷିକ କୋଠାଘର
ତରଭା(କଲ୍ୟାଣ ନାଏକ) : ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ବିଶ୍ବ ବ୍ୟାଙ୍କ ସହାୟତାରେ ନିର୍ମିତ ତରଭା ଏ ଇ ଏସ କଲେଜର ଶୈକ୍ଷିକ କୋଠାଘର ଆଜି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ତରଭା ଏ ଇ ଏସ କଲେଜର ଯୁକ୍ତତିନି ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କୋଠା ବିଶ୍ବ ବ୍ୟାଙ୍କ ସହାୟତାରେ 2କୋଟି 71ଲକ୍ଷ 17ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି । ଆଜିର ଏହି ଉଦଘାଟନୀ ଅବସରରେ ସମ୍ମାନିତ ଅତିଥି ଭାବେ ତରଭା ବ୍ଳକ ଚେୟାରମ୍ୟାନ ସରୋଜ କମ୍ପ,ବିଡିଓ ବିନୟ କୁମାର ପଟେଲ , ଅଧକ୍ଷା ସୁଶ୍ରୀ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହ କଲେଜର ସମସ୍ତ କର୍ମଚାରୀ ,ଛାତ୍ରଛାତ୍ରୀ ଓ ବହୁ ସଚେତନ ନାଗରିକ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ କଲେଜର ଛାତ୍ର ଛାତ୍ରୀ ମାନେ କଲେଜର ନୂତନ ବ୍ଳକ ବାଡା ନିର୍ମାଣ ସକାଶେ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଙ୍କ ନିକଟରେ ଦାବି କରିଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ଖୁବଶୀଘ୍ର ବାଡା ନିର୍ମାଣ ହେବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ । ତରଭା ରୁ କଲ୍ଯାଣ ନାଏକ ଙ୍କ ରିପୋର୍ଟ ମହକ ଟିଭି ।

Comments are closed.