ନିବିଡ଼ ସମ୍ପର୍କ ଅବସାନ ପତ୍ନୀଙ୍କ ମୃତ୍ୟୁର କିଛି କ୍ଷଣ ମଧ୍ୟରେ ସ୍ୱାମୀଙ୍କ ଦେହ ତ୍ୟାଗ
ଭଦ୍ରକ( ନିମାଇଁ ନାୟକ) : ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ବାଣପୁର ଗ୍ରାମର କ୍ଷେତ୍ରମୋହନ ପଣ୍ଡାଙ୍କ ପତ୍ନୀ ରାଧାମଣି ପଣ୍ଡାଙ୍କ ମୃତ୍ୟୁକୁ ଆଖିରେ ଦେଖି ପାରିଲେ ନାହିଁ କିଛି ସମୟ ପରେ ସ୍ୱାମୀଙ୍କର ମଧ୍ୟ ଦୀପ ଲିଭିଗଲା । ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ଓ ଭଲ ପାଇବା ଏମିତି ହୋଇଥାଏ ଯାହା ଆଜି ପ୍ରମାଣ କରି ଚାଲିଗଲେ । ସ୍ୱାମୀଙ୍କ ଦେହ ବହୁତ ଖରାପ ଥିଲା ସ୍ତ୍ରୀ ତାଙ୍କ ସେବା କରୁଥିଲେ କିନ୍ତୁ ହଠାତ ଗତ କାଲି ସକଳେ ତାଙ୍କ ଦେହ ଖରପ ହୋଇଯାଇଥିଲା ତାଙ୍କୁ କଟକ ମୁଖ୍ୟ ଚିକିସ୍ୟାଳୟ ନେବା ବାଟରେ ସେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କ କଥା ଭାବି ଭାବି ତାଙ୍କ ସ୍ୱାମୀ ୨୪ ଘଣ୍ଟା ନପୁରୁଣୁ ସେ ମଧ୍ୟ ପ୍ରାଣ ତ୍ୟାଗ କରିଛିନ୍ତି । ସେ ଥିଲେ ଜଣେ ସମାଜ ସେବକ । ଏହି ଦୁଃଖର ଛାୟା ନରସିଂହପୁର ପଂଚାୟତରେ ଖେଳିଯାଇଛି |
Comments are closed.