ଜଟଣୀ ମହାବିଦ୍ୟାଳୟରେ ଯୁବସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା(ସଞ୍ଜୀବ କୁମାର) : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶମତେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ନେଇ ଯୁବସଂସ୍କାର କାର୍ଯ୍ୟକ୍ରମ ଉପରେ ଏକ ସାରସ୍ବତ ପାଠଚକ୍ର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ପଥୁତଯଶା ସାହିତ୍ୟିକ ତଥା ଏସ୍.ଭି.ଏମ୍. ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ‘ ଗୁରୁଜନମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ବୋଧ’ ଶିର୍ଷକ ଉପରେ ଏକ ଭାବଗର୍ଭକ ସଂଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ପୌରାଣିକ ଉପାଖ୍ୟାନର ଉପସ୍ଥାପନରେ ଆସରଟି ଉପଭୋଗ୍ୟ ହୋଇପାରିଥିଲା । ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀ ଅତିଥ୍‌ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ଡ. ସନ୍ତୋଷ କୁମାର ବିଶ୍ବାଳ ଛାତ୍ରଛାତ୍ରୀମାନଙ୍କୁ ଏକ ଗଳ୍ପ ମାଧ୍ୟମରେ ହିତୋପଦେଶ ଦେଇ ନୈତିକାଭିମୁଖୀ ହେବାକୁ ସେମାନଙ୍କୁ ପ୍ରବର୍ତ୍ତାଇଥଲେ । ପରିଶେଷରେ ଅନ୍ୟତମ ସଂଯୋଜକ ଡ. ତପନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଜିତ୍ କୁମାର ସୁନ୍ଦରାୟ, କାର୍ତ୍ତିକ ଚନ୍ଦ୍ର ଦାସ, ଗଣେଶ୍ଵର ମଲ୍ଲିକ, ଡ. ଆଲୋକ କୁମାର ଛୋଟରାୟ, ମହାବୀର ପ୍ରସାଦ ବେହେରା, ପବିତ୍ରା ପଦ୍ମାସନା, ପ୍ରତାପ କୁମାର ମହାପାତ୍ର ଓ ମୀନା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Comments are closed.