ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମାତୃଭାଷା ପ୍ରତି ଗୁରୁତ୍ୱ ଦେଵାକୁ ଅତିଥି ମାନଙ୍କ ପରାମର୍ଶ
ଖୋର୍ଦ୍ଧା( ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ମାଉଣ୍ଟ ଲିଟେରା ଜି ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଟାଙ୍ଗୀ ବ୍ଲକ ଅଧ୍ୟ୍ୟକ୍ଷ୍ୟ ରିସ୍ନା ମାନଧାତା , ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ ,
ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ,ସ୍କୁଲ ପ୍ରତିଷ୍ଠାତା ତଥା ଖୋର୍ଦ୍ଧା ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର , ସ୍କୁଲର ଡାଇରେକ୍ଟର ଭୀଷ୍ମ ନାରାୟଣ ମହାପାତ୍ର ଏବଂ ସ୍କୁଲର ଅଧ୍ୟକ୍ଷ ପ୍ରବୋଧ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଜିଲିୟନ ସେଡସ ନାମକ ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା , ଏହା ସହ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ,ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ଅବସରରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷା ପ୍ରତି ଗୁରୁତ୍ୱ ଦେଵାକୁ ଅତିଥୀ ମାନେ ପରାମର୍ଶ ଦେଇଥିଲେ |
Comments are closed.