ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ଲୁଟ

କେନ୍ଦୁଝର (ସଂଗ୍ରାମ କେଶରୀ ମିଶ୍ର) : ଗତକାଲି ପୁଟୁଳିଆ ସ୍ଥିତ ରିଲାନ୍ସ ପେଟ୍ରୋଲ ପମ୍ପରୁ ୨୦ଲକ୍ଷ ଟଙ୍କା ଲୁଟ୍ ହୋଇଛି । ସୂଚନା ଅନୁସାରେ ଦୁଇଟି ବାଇକ୍ ରେ ୬ ଜଣ ମୁଣ୍ଡରେ ହେଲମେଟ୍ ପିନ୍ଧି ପୁଟୁଳିଆ ସ୍ଥିତ ରିଲାନ୍ସ ପେଟ୍ରୋଲ ପମ୍ପରେ ଦୁଇଟି ଯାକ ବାଇକ୍ ରେ ଟାଙ୍କି ଫୁଲ୍ କରିସାରିବା ପରେ କାର୍ଡ଼ ରେ ପେମେଣ୍ଟ କରିବାକୁ କହି ଅଫିସ୍ ଭିତକ କୁ ପଶିଥିଲେ ଏବଂ ସେଠାରେ ଥିବା ସିକୁରିଟି ଗାର୍ଡ ଓ ପେଟ୍ରୋଲ ଦେଇଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା କେଉଁଠି ଅଛି ପଚାରିବାରୁ ସେମାନେ ଡରି ମ୍ୟାନେଜର ପାଖରେ ଅଛି କହିଥିଲେ, ମ୍ୟାନେଜର ଅନ୍ୟ ରୁମ୍ ରେ ଥିବା ବେଳେ ଏ ସବୁ ଯାଣି କବାଟ ଖୋଲିନଥିଲେ ଫଳରେ ଦୁର୍ବୁର୍ତ୍ତ ମାନେ କବାଟ ଭାଙ୍ଗି ୨୦ଲକ୍ଷ ଟଙ୍କା ସହ ୪ଟି ମୋବାଇଲ୍ ଓ ସକ୍ୟୁରିଟି ର ବନ୍ଧୁକ ନେଇ ଚମ୍ପୁଆ ପଟେ ଦୃତ ଗତିରେ ପଳାଇଥିଲେ । ମ୍ୟାନେଜର ମାଲିକଙ୍କୁ ଖବର ଦେବା ସହ ସଦର ପୋଲିସ୍ ଷ୍ଟେସନ ରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ୩ ଦିନ ହେଲା ପେଟ୍ରୋଲ୍ ପମ୍ପର ସି.ସି. କ୍ୟାମେରା ଖରାପ୍ ଥିବାରୁ ଦୁବୁର୍ତ୍ତଙ୍କୁ ଖୋଜିବାରେ ପୋଲିସକୁ କଷ୍ଟକର ହୋଇପଡିଛି । ତେବେ ପାରିପାର୍ଶ୍ଵିକ ପରିସ୍ଥିତିକୁ ଅନୁଧ୍ୟାନ କରି ପୋଲିସ୍ ତଦନ୍ତ ଚଳାଇଛି ।

Comments are closed.