ମା” ଜାଗୁଳାଇଙ୍କ ବାସନ୍ତିକ ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଠାରୁ ଆରମ୍ଭ
ଜଟଣୀ(ସଞ୍ଜୀବ କୁମାର) : ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା” ଜାଗୁଳାଇଙ୍କ ବାସନ୍ତିକ୍ ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। ମନ୍ଦିର ପରିଚାଳନା କମିଟିର ସଂପାଦକ ଶ୍ରୀ ଏଲ ଡି ମହାନ୍ତି ଓ ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡାଙ୍କ ସୂଚନା ଅନୁଯାୟୀ ଆଜି ସକାଳ ୮ ଟାରେ ବ୍ରତଧାରି ମାନେ ମାଝଣା ପୋଖରୀରୁ ଜଳ ଉଠାଇ ଗ୍ରାମ ପରିକ୍ରମା କରିବା ସହିତ ମନ୍ଦିରରେ ଘଟ ସ୍ଥାପନା, ସାଳା ମଣ୍ଡନ କରାଯିବ। ସୂର୍ଯ୍ୟ ପୂଜା ପରେ ଅଗ୍ନି ଆବାହନ କରାଯାଇ ସନ୍ଧ୍ୟାରେ ମାଙ୍କୁ ପୁନଃ ମହାସ୍ନାନ କରାଯିବା ସହିତ ଶୈଳପୁତ୍ରୀ ଭେଶରେ ସଜ୍ଜିତ କରାଯାଇ ଷୋଡ଼ସହସ୍ର ଚଣ୍ଡିପାଠ କରାଯିବ। ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ମା ଶୈଳପୁତ୍ରୀ ବେଷରେ ଦର୍ଶନ ଦେବେ। ଏହା ଏଗାର ତାରିଖ ପର୍ଯ୍ୟନ୍ତ ଚାଲିବା ସହିତ ପ୍ରତ୍ୟେକ ସନ୍ଧ୍ୟାରେ ମା ଭିନ୍ନ ରୂପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ। ଏହି ଆୟୋଜନକୁ ପରିଚାଳନା କମିଟିର ସଭାପତି ଶ୍ରୀ ରାଧାମୋହନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ର ଶେଖର ପଣ୍ଡା, ସଂପାଦକ ଶ୍ରୀ ଏଲ ଡି ମହାନ୍ତି, କୋଷାଧ୍ୟକ୍ଷ ଅଶୋକ ଦାସ, ସୁନିଲ ମହାନ୍ତି, ବାଉରୀବନ୍ଧୁ ସାହାଣୀ, ସତିଶ ପରିଡ଼ା, ପ୍ରଦୀପ ସୁନ୍ଦରାୟ, ପୂର୍ଣ୍ଣଚନ୍ଦ୍ର ସାହାଣୀ ଓ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକାରୀ ହେଉଛି ।
Comments are closed.