ଗୋବଂଶ ସୁରକ୍ଷା ନେଇ ସୁରଭି ଜନଜାଗରଣ ମହାମଞ୍ଚ ବୈଠକ
ଜଟଣୀ(ସଞ୍ଜୀବ କୁମାର) : ଗୋବଂଶକୁ ସୁରକ୍ଷା ଦେବାଲାଗି ସୁରଭି ଜନଜାଗରଣ ମହାମଞ୍ଚ ର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜଟଣୀବ୍ଲକ ଅଙ୍ଗାରପଡା ପଞ୍ଚାୟତ ମଧୂପୁର ଗ୍ରାମରେ ଆୟୋଜିତ ହୋଇଯାଇଛି । ଜନଜାଗରଣ ମହାମଞ୍ଚର ପ୍ରଦୀପ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗୋମାତାଙ୍କ ସୁରକ୍ଷା ଉପରେ ଉପସ୍ଥିତ ସମସ୍ତ ଅତିଥୀମାନେ ମତପୋଷଣ କରିଥିଲେ । ତେଣୁ ଜନଜାଗରଣ ମହାମଞ୍ଚର ଏହି ଗୋସୁରକ୍ଷା ପ୍ରୟାସ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଜାରି ରହିବ ବୋଲି ଆଲୋଚନା କରାଯାଇଥିଲା । ଆସନ୍ତା ୧୯ ତାରିଖରେ ଭୂବନେଶ୍ୱର କାଳିମନ୍ଦିର ପଡିଆରେ ଏହି ବୈଠକ ଏକାଧୀକ ଜନସମାଗମ ମଧ୍ୟରେ କରାଯିବ ବୋଲି ଆଲୋଚନାରେ ପ୍ରସ୍ତାବିତ ହୋଇଛି । ଏଥିରେ ଜଟଣୀବ୍ଲକର ସମସ୍ତ ପଞ୍ଚାୟତର ଗୋସେବକମାନଙ୍କୁ ଆମନ୍ତ୍ରିତ କରାଯାଇଛି । ଆଜିର ଏହି ବୈଠକରେ ଶିକ୍ଷାବିତ ଜବାହାରଲାଲ ସୁବୁଦ୍ଧୀ, କିଶୋରଚନ୍ଦ୍ର ପାଇକରାୟ,ପ୍ରେମାନନ୍ଦ ସାମନ୍ତରାୟ,ସ୍ୱାମୀ ତିଲୋକେଶ୍ୱର ଭାରତୀ, ବିଭୂଦେନ୍ଦ୍ର ବିଦ୍ୟାଧର, ଦେବାଶିଷ ଦାସ, ସରୋଜ କୁମାର ରଥ, ପ୍ରଦୀପ କୁମାର ସ୍ୱାଇଁ, ବିଜୟ ହରିଚନ୍ଦନ ପ୍ରମୁଖଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
Comments are closed.